କାଳିଆ ଅପେକ୍ଷାରେ ରହିଛି ନନ୍ଦିଘୋଷ । ପ୍ରଭୁଙ୍କୁ ସାଥୀରେ ଧରି ନେଇଯିବ ଗୁଣ୍ଡିଚା ମନ୍ଦିର ।
ବଡ଼ଦାଣ୍ଡରେ ପାଦ ପକାଇଲେ ଜୀବମୁକ୍ତି ପାଏ । ଆଜି ସେଠି ଭକ୍ତ ଭଗବାନ ଭେଟାଭେଟି ହେବେ । ବିଶ୍ୱନିୟନ୍ତାଙ୍କ ପାଇଁ ଏ ସବୁ ବ୍ୟବସ୍ଥା ।
ସେ ଦିବ୍ୟ ଶରୀର ସ୍ପର୍ଶ ପାଇଁ ଅନାଇ ବସିଛନ୍ତି ସଭିଏଁ । ଆଉ କେତେ ଅପେକ୍ଷା ପ୍ରଭୁ ?
ବଡ଼ଦାଣ୍ଡକୁ ଆସିବ ମନ ଚୋର । କଳାଶ୍ରୀମୁଖକୁ ଚାହିଁ କୃତ୍ୟକୃତ୍ୟ ହେବେ ଶ୍ରଦ୍ଧାଳୁ ।
କେଡେ ସୁନ୍ଦର ଦିଶୁଛି ନୀଳାଚଳ ଧାମ । ବଡ଼ଦାଣ୍ଡରେ କାଳିଆ ଠାକୁରକୁ ଅପେକ୍ଷା କରିଛନ୍ତି ନନ୍ଦିଘୋଷ ।
ଜନ ମାନସର କଲ୍ୟାଣ ପାଇଁ ଆସିବେ କଳା ସାଆନ୍ତେ । ଏଥିପାଇଁ ସଜ ହୋଇ ବସିଛନ୍ତି ସାରଥୀ । ସତେ କଳା ଠାକୁରଙ୍କ ବାଟକୁ ଅନାଇ ବସିଛନ୍ତି ।
ନୀଳାଚଳିଆକୁ ଅପେକ୍ଷା କରି ରହିଛନ୍ତି ରଥ, ସାରଥୀ ଓ ଅଶ୍ୱ । ମହାପ୍ରଭୁ ବିଜେ ହେଲେ ତାଙ୍କୁ ମାଉସୀ ମାଆଙ୍କ ଘରକୁ ନେଇଯିବେ ।
Follow Us