ଆଇପିଏଲରେ ଭରସା କରି କିଣିଲେନି କେହି, ହେଲେ ପାକିସ୍ତାନର ଅଧା ଟିମକୁ ଆଉଟ୍ କରିଦେଲେ ଏହି ବୋଲର

ହେଲେ ଆଜି ସେ ପାକିସ୍ତାନ ବିପକ୍ଷରେ ଯେଭଳି ପ୍ରଦର୍ଶନ କଲେ ତାହା ଆଇପିଏଲ ନିଲାମୀରେ ଭାଗ ନେଇଥିବା ସମସ୍ତ ଟିମର ମାଲିକଙ୍କୁ ପୁଣିଥରେ ଭାବିବାକୁ ବାଧ୍ୟ କରିଛି । ଏପ୍ରିଲ ୨ ତାରିଖରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଏକଦିବସୀୟ ମ୍ୟାଚରେ ଏକା ବେନ ସିୟର୍ସ ପାକିସ୍ତାନ ଟିମର ୫ ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରି ରେକର୍ଡ କରିଛନ୍ତି ।

sgfgsdgsfdgdf

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡର ଡାହାଣହାତୀ ମିଡିୟମ୍ ପେସର ବେନ ସିୟର୍ସ ଆଇପିଏଲରେ ତାଙ୍କର ମୂଳ ମୂଲ୍ୟ ୧ କୋଟି ଟଙ୍କା ରଖିଥିଲେ । ହେଲେ ଚଳିତ ଆଇପିଏଲ ନିଲାମୀରେ କୌଣସି ଟିମ୍ ମାଲିକ ତାଙ୍କୁ କିଣିବାକୁ ଆଗ୍ରହ ଦେଖାଇନଥିଲେ । ଫଳରେ ୨୭ ବର୍ଷିୟ ଏହି ବୋଲର ବିଶ୍ୱର ସବୁଠାରୁ ମହଙ୍ଗା ଟି-୨୦ ଆଇପିଏଲରେ ଅଲୋଡା ହୋଇଗଲେ । 

ହେଲେ ଆଜି ସେ ପାକିସ୍ତାନ ବିପକ୍ଷରେ ଯେଭଳି ପ୍ରଦର୍ଶନ କଲେ ତାହା ଆଇପିଏଲ ନିଲାମୀରେ ଭାଗ ନେଇଥିବା ସମସ୍ତ ଟିମର ମାଲିକଙ୍କୁ ପୁଣିଥରେ ଭାବିବାକୁ ବାଧ୍ୟ କରିଛି । ଏପ୍ରିଲ ୨ ତାରିଖରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଏକଦିବସୀୟ ମ୍ୟାଚରେ ଏକା ବେନ ସିୟର୍ସ ପାକିସ୍ତାନ ଟିମର ୫ ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରି ରେକର୍ଡ କରିଛନ୍ତି । ବେନ ସିୟର୍ସଙ୍କ ଏଭଳି ପ୍ରଦର୍ଶନ ଯୋଗୁଁ ନ୍ୟୁଜିଲାଣ୍ଡ ପାକିସ୍ତାନକୁ ସହଜରେ ପରାଜିତ କରିପାରିଛି । ଏହି ବିଜୟ ସହ ୩ ମ୍ୟାଚରୁ ନ୍ୟୁଜିଲାଣ୍ଡ ୨ଟି ମ୍ୟାଚ୍ ଜିତି ୨-୦ ରେ ଆଗୁଆ ରହିଛି । ଆଜିର ମ୍ୟାଚରେ ସିୟର୍ସଙ୍କ ବ୍ୟତୀତ ଜେକବ୍ ଡେଫି ମଧ୍ୟ ୩ଟି ୱିକେଟ୍ ହାସଲ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe