କନକ ବ୍ୟୁରୋ : ନ୍ୟୁଜିଲାଣ୍ଡର ଡାହାଣହାତୀ ମିଡିୟମ୍ ପେସର ବେନ ସିୟର୍ସ ଆଇପିଏଲରେ ତାଙ୍କର ମୂଳ ମୂଲ୍ୟ ୧ କୋଟି ଟଙ୍କା ରଖିଥିଲେ । ହେଲେ ଚଳିତ ଆଇପିଏଲ ନିଲାମୀରେ କୌଣସି ଟିମ୍ ମାଲିକ ତାଙ୍କୁ କିଣିବାକୁ ଆଗ୍ରହ ଦେଖାଇନଥିଲେ । ଫଳରେ ୨୭ ବର୍ଷିୟ ଏହି ବୋଲର ବିଶ୍ୱର ସବୁଠାରୁ ମହଙ୍ଗା ଟି-୨୦ ଆଇପିଏଲରେ ଅଲୋଡା ହୋଇଗଲେ । 

Advertisment

ହେଲେ ଆଜି ସେ ପାକିସ୍ତାନ ବିପକ୍ଷରେ ଯେଭଳି ପ୍ରଦର୍ଶନ କଲେ ତାହା ଆଇପିଏଲ ନିଲାମୀରେ ଭାଗ ନେଇଥିବା ସମସ୍ତ ଟିମର ମାଲିକଙ୍କୁ ପୁଣିଥରେ ଭାବିବାକୁ ବାଧ୍ୟ କରିଛି । ଏପ୍ରିଲ ୨ ତାରିଖରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଏକଦିବସୀୟ ମ୍ୟାଚରେ ଏକା ବେନ ସିୟର୍ସ ପାକିସ୍ତାନ ଟିମର ୫ ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରି ରେକର୍ଡ କରିଛନ୍ତି । ବେନ ସିୟର୍ସଙ୍କ ଏଭଳି ପ୍ରଦର୍ଶନ ଯୋଗୁଁ ନ୍ୟୁଜିଲାଣ୍ଡ ପାକିସ୍ତାନକୁ ସହଜରେ ପରାଜିତ କରିପାରିଛି । ଏହି ବିଜୟ ସହ ୩ ମ୍ୟାଚରୁ ନ୍ୟୁଜିଲାଣ୍ଡ ୨ଟି ମ୍ୟାଚ୍ ଜିତି ୨-୦ ରେ ଆଗୁଆ ରହିଛି । ଆଜିର ମ୍ୟାଚରେ ସିୟର୍ସଙ୍କ ବ୍ୟତୀତ ଜେକବ୍ ଡେଫି ମଧ୍ୟ ୩ଟି ୱିକେଟ୍ ହାସଲ କରିଛନ୍ତି ।