କନକ ବ୍ୟୁରୋ: ଓଏଏସ ଅଫିସରଙ୍କ ବିରୋଧରେ ପ୍ରେମିକାଙ୍କ ସାଂଘାତିକ ଅଭିଯୋଗ । ଦୁହିଁଙ୍କ ଭିତରେ ବହୁତ ଭଲ ସମ୍ପର୍କ ଥିଲା । ହେଲେ ଓଏଏସ୍ ପାଇବା ପରେ ଠକିଦେଇଥିବା ଅଭିଯୋଗ ଆଣି ଥାନାରେ ଦ୍ବାରସ୍ଥ ହୋଇଛନ୍ତି ଯୁବତୀ । ଦୀର୍ଘ ବର୍ଷ ପ୍ରେମ କରି ଧୋକା ଦେଇଥିବା ଅଭିଯୋଗ କରିଛନ୍ତି ପ୍ରେମିକା । ଅଭିଯୋଗ ଏତିକିରେ ସରୁନି । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ୩ ଥର ଗର୍ଭ ନଷ୍ଟ କରିବାକୁ ମଧ୍ୟ ବାଧ୍ୟ କରିଥିଲେ। ଶେଷରେ ଓଏଏସ୍ ପାଇବା ପରେ ଏବେ ନଚିହ୍ନିବା ପରି ଅଭିନୟ କରୁଛନ୍ତି ବୋଲି ଏଏଏସଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ପ୍ରେମିକା।
୨ମାସ ତଳେ ଓଏଏସ ପାଇବା ପରେ ଯୁବତୀଙ୍କୁ ଗ୍ରହଣ କରୁନାହାନ୍ତି ଓଏଏସ୍ ପାଇଥିବା ଯୁବକ ଓ ତାଙ୍କ ପରିବାର । ଏନେଇ ଯୁବତୀ ଥାନାର ଦ୍ବାରସ୍ଥ ହୋଇଛନ୍ତି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ହେଲେ ଏସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓଏଏସଙ୍କ ବାପା । ତେବେ ଏ ବାବଦରେ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/03/21/G3MvRHnSPmfjBXifFoP5.jpg)