ଚେନ୍ନାଇ ଏୟାର ସୋ’ ସମୟର ଅଘଟଣକୁ ନେଇ ଜୋର ଧରିଲା ରାଜନୀତି । ଅବ୍ୟବସ୍ଥା, ଭିଡ଼, ଅଣନିଶ୍ୱାସୀ ପାଇଁ ପ୍ରାଣହାନି ଅଭିଯୋଗ ।

ଚେନ୍ନାଇରେ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ଏୟାର ସୋ’ ସମୟରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

444

କନକ ବ୍ୟୁରୋ: ଚେନ୍ନାଇରେ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ଏୟାର ସୋ’ ବେଳେ ହୋଇଥିବା ଅଘଟଣକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିଜେପି ଡିଏମକେ ସରକାରଙ୍କୁ ସମାଲୋଚନା କରିଛି । ଅନ୍ୟପଟେ ଡିଏମକେ କହିଛି ମନ୍ଦିରରେ ମଧ୍ୟ ଭିଡ ହୁଏ ଓ ଅଘଟଣ ଘଟେ । ଏହି ଘଟଣାକୁ ଅଧିକ ବିବାଦୀୟ କରାଯାଉଛି । ସେପଟେ ମିଳିଥିବା ସୂଚନା ଅନୁସାରେ ଅତ୍ୟଧିକ ଭିଡ, ଅବ୍ୟବସ୍ଥା ଓ ଲୋକମାନେ ଅଣନିଶ୍ୱାସୀ ହୋଇପଡିଥିଲେ । ଚେନ୍ନାଇରେ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ଏୟାର ସୋ’ ସମୟରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହି ଦୁର୍ଘଟଣା ଘଟିବା ପରେ ବିରୋଧୀମାନେ ଏବେ ତାମିଲନାଡୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଭାରତୀୟ ବାୟୁସେନାର ୯୨ତମ ବାର୍ଷିକୀ କରିବା ପାଇଁ ମାରିନା ବିଚରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପାଇଁ ଖୁବ୍ ବିଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା। ଏହି ଏୟାର୍ ସୋ’ ପ‌ାଇଁ ହଜାର ହଜାର ଲୋକ ଅତ୍ୟଧିକ ଗହଳି, ଟ୍ରାଫିକ୍ ଜାମ୍ ଏବଂ ପ୍ରଚଣ୍ଡ ଉତ୍ତାପ ମଧ୍ୟରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । 

ଚେନ୍ନାଇ: ଅଘଟଣ ପଛର କାରଣ?

  • ଅବ୍ୟବସ୍ଥା, ଭିଡ,ଅଣନିଶ୍ୱାସୀ ଯୋଗୁଁ ୫ଜଣଙ୍କ ପ୍ରାଣହାନି ଅଭିଯୋଗ
  • ଖରା ଓ ଅଂଶୁଘାତ ଆଶଙ୍କା ଭିତରେ ସଠିକ ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ
  • କ୍ଷମତାଠୁ ଅଧିକ ଲୋକଙ୍କ ଭିଡ ଅଭିଯୋଗ
  • ୧୫ଲକ୍ଷ ଲୋକଙ୍କ କିଭଳି ଆସିଲେ
  • ବ୍ୟବସ୍ଥାରେ ଅନେକ ତ୍ରୁଟି ଅଭିଯୋଗ
  • ସୁରକ୍ଷା ଏବଂ ଭିଡ଼ ପରିଚାଳନା ପାଇଁ ୭୫୦୦ ପୋଲିସ ନିୟୋଜିତ 
  • କେବଳ ୪୦ଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇଥିଲା
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe