କନକ ବ୍ୟୁରୋ: ଲୁଚାଇଲେ, ନିଲମ୍ବିତ ହେଲେ । ଜବତ ଗଞ୍ଜେଇ ଓ ଟଙ୍କା ଲୁଚାଇ ନିଲମ୍ବିତ ହେଲେ ବେଗୁନିଆ ଅବକାରୀ ଅଧିକାରୀ ସ୍ମିତା ପଣ୍ଡା । ଭୀମପଡାରୁ ଜଣେ ମହିଳାଙ୍କ ଘରୁ ଜବତ ୮ କେଜି ଗଞ୍ଜେଇ ଓ ଦେଢ଼ ଲକ୍ଷ ଟଙ୍କାକୁ ଦର୍ଶାଇ ନଥିବା ଅଭିଯୋଗ ହୋଇଛି । ବରଂ ଏହା ବଦଳରେ ଅନ୍ୟ ଏକ ଜବତ ଘଟଣାରେ ଏହାକୁ ଦର୍ଶାଇ ଥିଲେ, ଆଉ  ଜବତ  ଟଙ୍କା ଓ ଗଞ୍ଜେଇକୁ ଚପାଇ ଦେଇଥିଲେ । ତେଣୁ ତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯାଇ ନିଲମ୍ବିତ କରାଯାଇଛି । ଓଆଇସିଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଅନ୍ୟ ୪ ଜଣଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଖୋର୍ଦ୍ଧା ଅବକାରୀ ଅଧିକ୍ଷକ ଏହାର ତଦନ୍ତ କରୁଛନ୍ତି ।