ପୂଜା ପୂର୍ବରୁ କର୍ମଚାରୀଙ୍କ ଦରମା ବୃଦ୍ଧି କଲା IT କମ୍ପାନି TCS

Advertisment

TCS ଅଧିକାଂଶ କର୍ମଚାରୀଙ୍କ ଦରମା ୪.୫-୭ ପ୍ରତିଶତ ବୃଦ୍ଧି କରିଛି । ସେହିପରି ଭଲ କାମ କରିଥିବା କର୍ମଚାରୀଙ୍କ ଦରମା ୧୦ ପ୍ରତିଶତ ବୃଦ୍ଧି କରାଯାଇଛି । ଦେଶର ସର୍ବବୃହତ IT କମ୍ପାନି Tata Consultancy Services (TCS) ତାର କର୍ମଚାରୀମାନଙ୍କୁ ପୂଜା ପୂର୍ବରୁ ଦେଇଛି ଖୁସି ଖବର ।

TCS ଅଧିକାଂଶ କର୍ମଚାରୀଙ୍କ ଦରମା ୪.୫-୭ ପ୍ରତିଶତ ବୃଦ୍ଧି କରିଛି । ସେହିପରି ଭଲ କାମ କରିଥିବା କର୍ମଚାରୀଙ୍କ ଦରମା ୧୦ ପ୍ରତିଶତ ବୃଦ୍ଧି କରାଯାଇଛି । ଦେଶର ସର୍ବବୃହତ IT କମ୍ପାନି Tata Consultancy Services (TCS) ତାର କର୍ମଚାରୀମାନଙ୍କୁ ପୂଜା ପୂର୍ବରୁ ଦେଇଛି ଖୁସି ଖବର ।

53

କନକ ବ୍ୟୁରୋ : TCS ଅଧିକାଂଶ କର୍ମଚାରୀଙ୍କ ଦରମା ୪.୫-୭ ପ୍ରତିଶତ ବୃଦ୍ଧି କରିଛି । ସେହିପରି ଭଲ କାମ କରିଥିବା କର୍ମଚାରୀଙ୍କ ଦରମା ୧୦ ପ୍ରତିଶତ ବୃଦ୍ଧି କରାଯାଇଛି । ଦେଶର ସର୍ବବୃହତ IT କମ୍ପାନି Tata Consultancy Services (TCS) ତାର କର୍ମଚାରୀମାନଙ୍କୁ ପୂଜା ପୂର୍ବରୁ ଦେଇଛି ଖୁସି ଖବର । କମ୍ପାନି ସେପ୍ଟେମ୍ବର ୧ରୁ କର୍ମଚାରୀମାନଙ୍କୁ ଇନକ୍ରିମେଣ୍ଟ୍ ଚିଠି ପଠାଇବା ଆରମ୍ଭ କରିଛି। କମ୍ପାନି ଅଧିକାଂଶ କର୍ମଚାରୀଙ୍କ ଦରମା ୪.୫-୭ ପ୍ରତିଶତ ବୃଦ୍ଧି କରିଛି । ସେହିପରି କାର୍ଯ୍ୟରେ ଭଲ ପ୍ରଦର୍ଶନ କରିଥିବା କର୍ମଚାରୀଙ୍କୁ ୧୦ ପ୍ରତିଶତ ଇନକ୍ରିମେଣ୍ଟ ଦିଆଯାଇଛି । କର୍ମଚାରୀମାନେ ଦୀର୍ଘ ସମୟ ଧରି ଇନକ୍ରିମେଣ୍ଟ ପାଇଁ ଅପେକ୍ଷା କରିଥିଲେ, ଯାହାକୁ କମ୍ପାନି ପୂରଣ କରିଛି ।

ପୂର୍ବରୁ ଦରମା ବୃଦ୍ଧି ନହେବାର କାରଣ ?

ଗତ କିଛି ମାସ ଧରି TCSରେ ଦରମା ବୃଦ୍ଧିକୁ ନେଇ ଚିନ୍ତାରେ ଥିଲେ କର୍ମଚାରୀ। ବଜାର ଅନିଶ୍ଚିତତା ଭଳି ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ପାଇଁ କମ୍ପାନି ଏହା ଦରମା ବୃଦ୍ଧି ଉପରେ କୌଣସି ନିଷ୍ପତ୍ତି ନେଇପାରି ନଥିଲା। ଏବେ କିନ୍ତୁ ସେପ୍ଟେମ୍ବର ୨୦୨୫ରୁ ନୂତନ ଦରମା ଲାଗୁ ହେବା ପରେ କର୍ମଚାରୀମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସୂଚନା ଅନୁସାରେ ଚଳିତବର୍ଷ କମ୍ପାନି ତାର କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ଆଧାରରେ ଦରମା ବୃଦ୍ଧି ନିଷ୍ପତ୍ତି ନେଇଛି। ବିଶେଷକରି ସେହି କର୍ମଚାରୀମାନଙ୍କୁ ଅଧିକ ଲାଭ ମିଳିଛି, ଯେଉଁମାନେ ଗତ ବର୍ଷ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ।

କମ୍ପାନି ଛାଡିବାର ପ୍ରମୁଖ କାରଣ ?

ରିପୋର୍ଟ ଅନୁଯାୟୀ ୨୦୨୫ ଏପ୍ରିଲ, ମେ ଓ ଜୁନ୍ ଏହି ତିନି ମାସରେ TCSରୁ ୧୩.୮ ପ୍ରତିଶତ କର୍ମଚାରୀ କମ୍ପାନି ଛାଡିଥିଲେ। ସେହି ତୁଳନାରେ କମ୍ପାନି ତାର ନିଯୁକ୍ତି ହାରରେ ବୃଦ୍ଧି କରିଥିଲେ ମଧ୍ୟ ଦରାମା ବୃଦ୍ଧି କରିନଥିଲା। ଫଳରେ କମ୍ପାନି ଛାଡୁଥିଲେ ଅନେକ ପୁରୁଣା କର୍ମଚାରୀ। ଆପଣଙ୍କୁ ଜଣାଇ ଦେଉଛୁ ଯେ TCS ଦେଶର ସବୁଠାରୁ ବଡ଼ IT କମ୍ପାନି। ଏହା ଭାରତରେ ଏବଂ ବିଦେଶରେ ମଧ୍ୟ ନିଜର କାୟାବିସ୍ତାର କରିପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe