କନକ ବ୍ୟୁରୋ : ଅଯୋଧ୍ୟାବାସୀଙ୍କୁ ରାମ ମନ୍ଦିର ମନା । ଏଭଳି ନିୟମ ଲାଗୁ କରିଛନ୍ତି ଉତ୍ତରପ୍ରଦେଶ ଅଯୋଧ୍ୟା ରାମମନ୍ଦିର ପ୍ରଶାସନ । ଶ୍ରଦ୍ଧାଳୁଙ୍କ ଭିଡକୁ ନଜରରେ ରଖି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ରାମମନ୍ଦିର ତୀର୍ଥକ୍ଷେତ୍ର ଟ୍ରଷ୍ଟ ବୋର୍ଡ । ଏନେଇ ମନ୍ଦିର ପରିଚାଳନାକ ମାନେ ଏକ ଆଡଭାଇଜରୀ ମଧ୍ୟ ଜାରି କରିଛନ୍ତି । ଏଥିରେ ଅଯୋଧ୍ୟାବାସୀ ତଥା ଏହାର ଆଖପାଖ ଜିଲ୍ଲାରୁ ଶ୍ରଦ୍ଧାଳୁଙ୍କ ଆସିବାକୁ ମନା କରାଯାଇଛି । ବାହାର ରାଜ୍ୟରୁ ମହାକୁମ୍ଭ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଏଭଲି ନିୟମ ଲାଗୁ କରାଯାଇଛି । ଆଗାମୀ ୧୫ରୁ ୨୦ ଦିନ ମନ୍ଦିର ନଆସିବା ପାଇଁ ଏହି ଆଡଭାଇଜରୀରେ କୁହାଯାଇଛି । ଆସନ୍ତାକାଲି ମହାକୁମ୍ଭରେ ମୁଖ୍ୟସ୍ନାନ ପର୍ବ ରହିଥିବାରୁ ଅନେକ ଶ୍ରଦ୍ଧାଳୁ ରାମମନ୍ଦିର ଦର୍ଶନ ପାଇଁ ଆସିବାର ସମ୍ଭାବନା ରହିଛି । କୁହାଯାଉଛି ଆସନ୍ତାକାଲିଠାରୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ବଢିବାକୁ ଯାଉଛି । ଏଣୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜାତିୟ  ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । 

Advertisment

ସେପଟେ ଆସନ୍ତାକାଲି ଅର୍ଥାତ ଜାନୁଆରୀ ୨୯ରେ ପଡ଼ୁଛି ମୌନି ଅମାବାସ୍ୟା । ଏହି ଦିନ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ଆୟୋଜିତ ହେବ ଦ୍ବିତୀୟ ସାହି ସ୍ନାନ । ବଢ଼ିଭୋରୁ ବୁଡ ପକାଇବେ ଶ୍ରଦ୍ଧାଳୁ । ତେଣୁ ଆଜିଠୁ ପ୍ରୟାଗରାଜରେ ଜମିଛି ପ୍ରବଳ ଭିଡ ।ଆକନ କରାଯାଉଛି । ଲକ୍ଷଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିତରେ ଭିଭିଆଇପି ମଧ୍ୟ ମହାକୁମ୍ଭକୁ ଆସୁଛନ୍ତି । ନେତା, ମନ୍ତ୍ରୀ, କଳାକାର, ବିଦେଶୀ ଶ୍ରଦ୍ଧାଳୁ, ଶିଳ୍ପପତିଙ୍କ ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇ ପୂର୍ଣ୍ଣ ଅର୍ଜନ କରୁଛନ୍ତି ।

ତେବେ ଉତରପ୍ରଦେଶ ଓ ଅନ୍ୟ ରାଜ୍ୟମାନଙ୍କରୁ ସାମ୍ନାକୁ ଆସିଛି ଏମିତି କିଛି ଚିତ୍ର ଯାହା ଆସ୍ଥାକୁ ଅଧିକ ମଜଭୂତ କରୁଛି ସତ କିନ୍ତୁ ଚିନ୍ତା ମଧ୍ୟ ବଢ଼ାଉଛି । ଟ୍ରେନରେ ଛିଡ଼ା ହେବାକୁ ଜାଗା ନାହିଁ ।ତଥାପି ଛୋଟ ଛୁଆ, ବୟସ୍କ  ଜୀବନକୁ ବାଜି ଲଗାଇ ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଛନ୍ତି । ଆଉ ଇଏ ହେଉଛି ଝାନସୀ ଷ୍ଟେସନର ଭିଡିଓ । ଯେଉଁଠି ଟ୍ରେନରେ ଟିକେଟ ନମିଳିବାରୁ ଅସନ୍ତୋଷ ଜାହିର କରି ଟ୍ରେନ ଉପରକୁ ପଥର ଓ ଟେକା ମାଡ଼ କରିଛନ୍ତି ଯାତ୍ରୀ । ପ୍ରୟାଗରାଜକୁ ଯିବାକୁ ଅଧିକାଶ ଷ୍ଟେସନ ଓ ଟ୍ରେନର ଅବସ୍ଥା କିଛି ଏଭଳି ରହିଛି ।

ଆସନ୍ତାକାଲି ପାଇଁ ପୂରା ପ୍ରୟାଗରାଜର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ।ଜିଲ୍ଲା ଭିତରକୁ ବଡ ଯାନବାହନ ଏଟ୍ରିଂ ଉପରେ ରୋକ ଲଗାଯାଇଛି । ରେଳଷ୍ଟେସନ, ବସଷ୍ଟପ,ବିମାନବନ୍ଦରୁ ମହାକୁମ୍ଭ ଆୟୋଜନ ସ୍ଥଳୀରେ ଯାତାୟତ ପାଇଁ ଟ୍ରାଫିକ କଟକଣା ଅଧିକରୁ ଅଧିକ କଡ଼ାକଡି କରାଯାଇଛି । ମହାଆୟୋଜନରେ ଯେପରି କୌଣସି ଅଘଟ ନଘଣେ ଏନେଇ ତୟାର ପ୍ରୟାଗରାଜ ପ୍ରଶାସନ ।