କନକ ବ୍ୟୁରୋ :  ଜରାଜୀର୍ଣ୍ଣ ଅବସ୍ଥାରେ ମାଆ ଶାରଳାଙ୍କ ପୀଠ । ୨ ବର୍ଷ ହେଲାଣି ସରୁନି ମନ୍ଦିର ମରାମତି କାମ । ରାଜ୍ୟର ପ୍ରମୁଖ ଶକ୍ତିପୀଠ ମାନଙ୍କ ମଧ୍ୟରୁ ଜଗତସିଂପୁର ଜିଲ୍ଲା ଶାରଳାଙ୍କ ପୀଠ ଅନ୍ୟତମ । ପ୍ରତିବର୍ଷ ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ୟ୍ୟନ୍ତ ଏଠାରେ  ପାର୍ବଣ ପୂଜା ମହା ଆଡ଼ମ୍ବରରେ ପାଳନ କରାଯାଏ । ଏହି ସ୍ଥାନକୁ ଦୂରଦୂରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ଛୁଟି ଆସନ୍ତି । କିନ୍ତୁ ବର୍ତ୍ତମାନ ମନ୍ଦିରର ଅବସ୍ଥା ବଡ ଦୟନୀୟ ହୋଇଛି । ମନ୍ଦିରର ମୁ୍‌ଖଶାଳା ସହିତ ଉତ୍ତର ଓ ପଶ୍ଚିମ ଦ୍ବାର ଭଙ୍ଗାରୁଜା ଅବସ୍ଥାରେ ପଡ଼ିଛି । ପିଇବା ପାଣି ମିଳିବା କଷ୍ଟକର ହୋଇପଡ଼ିଛି ।  ସମସ୍ତ ସମସ୍ୟାର ସମାଧାନ ହେଉନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସେବାୟତ ଓ ବଡ଼ପଣ୍ଡା ।

Advertisment

କିଛି ଦିନ ତଳେ ମନ୍ଦିର ମରାମତି କାର୍ୟ୍ୟ ଆରମ୍ଭ ହୋଇଥିଲା । ହେଲେ ଏପର୍ୟନ୍ତ କାମ ସରି ପାରୁନି। ନିର୍ମାଣ କାର୍ୟ୍ୟର ମନ୍ଥରତା ଠାକୁରଙ୍କ  ନୀତିକାନ୍ତି ଉପରେ ବେଶ ପ୍ରଭାବ ପକାଉଛି। ଯାହାଦ୍ବାରା ଶ୍ରଦ୍ଧାଳୁ ମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି ।

ମା’ଙ୍କ ପୂଜା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମନ୍ୱୟ ବୈଠକ କରାଯାଇଥିଲା । ହେଲେ ଏପର୍ୟ୍ୟନ୍ତ ତାର କୌଣସି କାମ ହୋଇନି ।  ଆସନ୍ତା ୨୪ ତାରିଖରେ କିପରି ପୂଜାର ସୁପରିଚାଳନା କରାଯିବ ତାହାକୁ ନେଇ ପ୍ରଶ୍ନ ଉଠିଛି ।