କନକ ବ୍ୟୁରୋ : ପୂଜାସ୍ଥଳୀ ଆଇନ-୧୯୯୧ ମାମଲାର ଶୁଣାଣି ପୂର୍ବରୁ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ। ମସଜିଦ୍ ସମେତ ସବୁ ଧର୍ମସ୍ଥଳରେ ସର୍ଭେ ବନ୍ଦ କରିବାକୁ ନିଷ୍ପତ୍ତି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଶୁଣାଣି ନସରିବା ଯାଏ ଏଭଳି ମାମଲା ଗ୍ରହଣ ନକରିବାକୁ ହାଇକୋର୍ଟ ସହ ତଳ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ। ଏଥିସହ କେନ୍ଦ୍ର ସରକାରଙ୍କୁ ଏସମ୍ପର୍କରେ ମତ ରଖିବାକୁ କହିଛନ୍ତି ସୁପ୍ରିମକୋର୍ଟ। ପୂଜାସ୍ଥଳୀ ଆଇନ-୧୯୯୧କୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ପ୍ରଧାନ ବିଚାରପତି ସଞ୍ଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାରେ ଆଜି ଶୁଣାଣି କରିଛନ୍ତି। ପୂଜାସ୍ଥଳି ଆଇନ୍ ଧର୍ମ ବିରୋଧୀ ବୋଲି ଏହା ବିରୋଧରେ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା। ପୂଜାସ୍ଥଳୀ ଆଇନ ଅନ୍ୟାୟ ବୋଲି ଦର୍ଶାଇ ୧୯୯୧ର ଏହି ଆଇନକୁ ରଦ୍ଦ କରିବାକୁ ଆବେଦନରେ ଦାବି କରାଯାଇଛି। ଏହି ଆଇନ ଅନୁଯାୟୀ ହିନ୍ଦୁ, ଜୈନ, ବୌଦ୍ଧ ଏବଂ ଶିଖ୍ ସମୁଦାୟ ନିଜ ନିଜ ତୀର୍ଥ ସ୍ଥଳୀ ଉପରେ ନିଜର ଅଧିକାର ସାବ୍ୟସ୍ତ କରିପାରିବେ ନାହିଁ।
ପୂଜାସ୍ଥଳୀ ଆଇନ-୧୯୯୧ ମାମଲାରେ ଶୁଣାଣି ପୂର୍ବରୁ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । ମସଜିଦ ସମେତ ସବୁ ଧର୍ମସ୍ଥଳୀରେ ବନ୍ଦ କର ସର୍ଭେ
ଶୁଣାଣି ନସରିବା ଯାଏ ଏଭଳି ମାମଲା ଗ୍ରହଣ ନକରିବାକୁ ହାଇକୋର୍ଟ ସହ ତଳ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ। ଏଥିସହ କେନ୍ଦ୍ର ସରକାରଙ୍କୁ ଏସମ୍ପର୍କରେ ମତ ରଖିବାକୁ କହିଛନ୍ତି ସୁପ୍ରିମକୋର୍ଟ।
/kanak/media/media_files/2024/12/12/FWoShZqgsW36wvAvxr7l.jpg)