ପୂଜା ପୂର୍ବରୁ ରାଜଧାନୀରେ ମାତିଲେ ଲୁଟେରା, ଚନ୍ଦକାର ଦୁଇଟି ଆପାର୍ଟମେଣ୍ଟରୁ ଚୋରି

ଚନ୍ଦକା ଅଞ୍ଚଳରେ ଏକାଧିକ ଫ୍ଲାଟରୁ ଲୁଟିଛନ୍ତି ଲକ୍ଷାଧିକ ଟଙ୍କା। ଏଥିସହ ସୁନା ଗହଣା ଓ ମୂଲ୍ୟବାନ୍ ସାମଗ୍ରୀ ଲୁଟି ଫେରାର୍ ମାରିଛନ୍ତି ।

28

କନକ ବ୍ୟୁରୋ : ପୂଜା ଆସିଲା, ମାତିଲେ ଲୁଟେରା। ରାଜଧାନୀରେ ଆପାର୍ଟମେଣ୍ଟରେ ପଶି କଳାକନା ବୁଲାଇଛନ୍ତି। ଚନ୍ଦକାରେ ଲୁଟିଛନ୍ତି । ଚନ୍ଦକା ଅଞ୍ଚଳରେ ଏକାଧିକ ଫ୍ଲାଟରୁ ଲୁଟିଛନ୍ତି ଲକ୍ଷାଧିକ ଟଙ୍କା। ଏଥିସହ ସୁନା ଗହଣା ଓ ମୂଲ୍ୟବାନ୍ ସାମଗ୍ରୀ ଲୁଟି ଫେରାର୍ ମାରିଛନ୍ତି । ସିସିଟିଭିରେ କଏଦ ହୋଇଛି ଲୁଟେରାଙ୍କ କାରନାମା। ଗତକାଲି ରାତିରେ ଚନ୍ଦକା ଥାନା ଅଞ୍ଚଳରେ ୨ଟି ଆପାର୍ଟମେଣ୍ଟରେ ଲୁଟେରା ପାଖାପାଖି ୬ଟି ଫ୍ଲାଟରୁ ଡକାୟତି କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe