କନକ ବ୍ୟୁରୋ: ପରୀକ୍ଷା ପୂର୍ବରୁ ୟୁଟ୍ୟୁବ୍‌ରେ ଘୂରି ବୁଲୁଛି ପ୍ରଶ୍ନପତ୍ର । ଆଜି ସପ୍ତମ ଓ ଅଷ୍ଟମ ଶ୍ରେଣୀର ଭୂଗୋଳ ପରୀକ୍ଷା ଚାଲିଥିବା ଗତକାଲିଠାରୁ ଏହା ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ ହୋଇ ସାରିଛି । ସେହିପରି ଅନ୍ୟ ଦିନର ସମସ୍ତ ବିଷୟ ମଧ୍ୟ ୟୁଟ୍ୟୁବ୍‌ରେ ଉପଲବ୍ଧ ରହିଛି ।  

Advertisment

କେବଳ ପ୍ରଶ୍ନ ନୁହେଁ ଉତ୍ତର ମଧ୍ୟ ମିଳିଯାଉଛି । ତେଣୁ ବହି ପଢିବା ବଦଳରେ ୟୁଟ୍ୟୁବ୍‌ ଦେଖି ପରୀକ୍ଷାରେ ଲେଖୁଛନ୍ତି ଛାତ୍ରଛାତ୍ରୀ । ତେଣୁ ପିଲାମାନଙ୍କର ଭବିଷ୍ୟତ ନେଇ ଚିନ୍ତାରେ ପଡିଛନ୍ତି ଅଭିଭାବକ । ଶିକ୍ଷାକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ପାଇଁ ସରକାର ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ମାତ୍ର କିଛି ଅସାଧୁ କର୍ମଚାରୀ ଏବଂ ୟୁଟ୍ୟୁବର୍‌ଙ୍କ ପାଇଁ ଭୁଶୁଡିବାକୁ ବସିଛି ଶିକ୍ଷା ବ୍ୟବସ୍ଥା । ଆଉ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ।