କନକ ବ୍ୟୁରୋ : ଆସନ୍ତା ଫେବୃଆରୀରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ହାତ ଖୋଲିଦେଇଛି ଆପ୍ । ଦିଲ୍ଲୀର ପ୍ରତ୍ୟେକ ମହିଳାଙ୍କ ପାଇଁ ମାସକୁ ୨୧ଶହ ଟଙ୍କା ସହାୟତା ରାଶି ଘୋଷଣା କରିଛି । ଏବେଠୁ ମହିଳାଙ୍କ ପାଇଁ ଏହି ଯୋଜନା ଲାଗୁ କରିବା ସହ ମାସକୁ ୧୦୦୦ ଟଙ୍କାର ସହାୟତା ପ୍ରଦାନ କରାଯିବ । ଆଉ ଯଦି ନିର୍ବାଚନରେ ବିଜୟୀ ହୁଏ ତେବେ ଏହି ରାଶି ୧୦୦୦ରୁ ୨୧୦୦କୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରୀୱାଲ । ମହିଳାମାନଙ୍କୁ ଏଥିପାଇଁ ପଞ୍ଜିକରଣ କରିବାକୁ କୁହାଯାଇଛି । ଏହାପରେ ସିଧାସଳଖ ସେମାନଙ୍କ ଆକାଉଣ୍ଟଙ୍କୁ ଟଙ୍କା ପଠାଯିବ। ହେଲେ ଯେହେତୁ ଏବେ ନିର୍ବାଚନ ହେବାର ଅଛି ତେଣୁ ଏବେ ଟଙ୍କା ପଠାଇବା ସମ୍ଭବ ନହେଁ। ତେଣୁ ନିର୍ବାଚନ ପରେ ଆକାଉଣ୍ଟକୁ ଟଙ୍କା ଯିବ ବୋଲି କହିଛନ୍ତି କେଜ୍ରିୱାଲ।
ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍ ଖେଳିଲା ମହିଳା କାର୍ଡ । ଏବେ ମହିଳାଙ୍କୁ ମିଳୁଛି ମାସିକ ୧ ହଜାର, ପୁଣି ସରକାରକୁ ଆସିଲେ ମିଳିବ ୨୧୦୦
ଦିଲ୍ଲୀର ପ୍ରତ୍ୟେକ ମହିଳାଙ୍କ ପାଇଁ ମାସକୁ ୨୧ଶହ ଟଙ୍କା ସହାୟତା ରାଶି ଘୋଷଣା କରିଛି । ଏବେଠୁ ମହିଳାଙ୍କ ପାଇଁ ଏହି ଯୋଜନା ଲାଗୁ କରିବା ସହ ମାସକୁ ୧୦୦୦ ଟଙ୍କାର ସହାୟତା ପ୍ରଦାନ କରାଯିବ । ଆଉ ଯଦି ନିର୍ବାଚନରେ ବିଜୟୀ ହୁଏ ତେବେ ଏହି ରାଶି ୧୦୦୦ରୁ ୨୧୦୦କୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରୀୱାଲ । ମହିଳାମାନଙ୍କୁ ଏଥିପାଇଁ ପଞ୍ଜିକରଣ କରିବାକୁ କୁହାଯାଇଛି ।
/kanak/media/media_files/2024/12/12/sQLu8bHItazzRL2jQ6xb.jpg)