କନକ ବ୍ୟୁରୋ : ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଛି ବଡ ଖବର । ରାଜଧାନୀରେ ଅଛନ୍ତି ଶହ ଶହ ବାଂଲାଦେଶୀ ଅନୁପ୍ରବେଶକାରୀ । ନିର୍ବାଚନ ସମୟରେ ଏମାନଙ୍କ ଉପସ୍ଥିତି ପ୍ରଭାବିତ କରିବା ଆଶଙ୍କା ଆଜି ଦିଲ୍ଲୀ ପୁଲିସ ପକ୍ଷରୁ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଫର୍ଜୀ ପରିଚୟପତ୍ରରେ ଦିଲ୍ଲୀରେ ଅନେକ ବାଂଲାଦେଶୀ ରହୁଥିବା ଅଭିଯୋଗ ପରେ ଏମାନଙ୍କ ବସ୍ତି ଉପରେ ଚଢ଼ାଉ କରିଛି ।ଏଥିସହ ୧୧ଜଣଙ୍କୁ ଗିରଫ କରାଯାଇଛି ଅଭିଯୋଗ ରହିଛି ଯେ ଏହି ରାକେଟ ଫଜୀ ପରିଚୟ ପତ୍ର ବନାଇବା ସହ ଅନୁପ୍ରବେଶ ପାଇଁ ସହାୟତା କରୁଥିଲେ ।ଏଥିସହ ଏମାନେ ଭୋଟ ଦେବା ପାଇଁ ଏମାନଙ୍କୁ ଫର୍ଜୀ ଭାରତୀୟ ନାଗରିକ ପରିଚୟପତ୍ର ସହଜରେ ମିଳୁଛି ।ଏମାନଙ୍କୁ ଧରିବା ପାଇଁ ପ୍ରାୟ ୫ଟି ସ୍ବିନ୍ତ୍ର ଟିମ ଗଠନ କରାଯାଇଥିଲା ।ଘଟଣାକୁ ନେଇ ବିଜେପି ଆମ ଆଦମୀ ପାର୍ଟି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଦଳ କହିଛି ଅଧିକରୁ ଅଧିକ ଭୋଟ ପାଇବା ପାଇଁ ଏହି ସବୁ କେଜ୍ରିୱାଲଙ୍କ ପ୍ରାୟୋଜିତ ଷଡଯନ୍ତ୍ର ।ଏଭଳି ରାକେଟରେ ଆପ ବିଧାୟକ ଓ କିଛି ନେତାଙ୍କ ସମ୍ପୃତି ଥିବା କହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜେପି ।