କନକ ବ୍ୟୁରୋ :  ଅଟୋ ଚାଳକଙ୍କ ଘରେ ପହଁଚିଲେ,ମଧ୍ୟାହ୍ନ ଭୋଜନ କଲେ ଅରିବିନ୍ଦ କେଜ୍ରିୱାଲ । ମଙ୍ଗଳବାର ଦିଲ୍ଲୀର କନ୍ଦୋଲୀ ଅଂଚଳରେ ପହଁଚିଥିଲେ କେଜ୍ରିୱାଲ ଓ ସାଥୀରେ ପତ୍ନୀ ସୁନୀତା ମଧ୍ୟ ଥିଲେ । ଉଭୟ ଅଟୋ ଚାଳକଙ୍କ ଘରେ ଅତିଥି ହୋଇ ମଧ୍ୟାହ୍ନ ଭୋଜନ କରିଥିଲେ । ଫେରିବା ସମୟରେ ପ୍ରଶଂସକଙ୍କ ଗହଣରେ ସେଲଫି ମଧ୍ୟ ଉଠାଇଥିଲେ  । ସେପଟେ  ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ପ୍ରତିଶ୍ରୁତି ବର୍ଷା । ଆଜି କୋନ୍ଦଲୀ ଅଂଚଳରେ ପହଁଚି ଅଟୋଚାଳକଙ୍କ ପାଇଁ ୫ଟି ବଡ ଘୋଷଣା କରିଛନ୍ତି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଆପ ମୁଖ୍ୟ କହିଛନ୍ତି ଅଟୋ ହେଉଛି ରାଜଧାନୀର ଲାଇଫଲାଇନ ।ଏମାନଙ୍କୁ ସହଯୋଗ ଓ ସମର୍ଥନ ପାଇଁ ଆପ ସବୁବେଳେ ପ୍ରତିଶ୍ରୁତିବଦ୍ଧ । କେଜ୍ରିୱାଲ କହିଛନ୍ତି କି, ଦିଲ୍ଲୀରେ ପଞ୍ଜିକୃତ ଅଟୋ ଚାଳକଙ୍କ ଝିଅମାନଙ୍କୁ ମାଗଣାରେ କୋଚିଂ ଫି, ଜୀବନ ବୀମା ଓ ୟୁନିଫର୍ମ ଯୋଗାଇ ଦିଆଯିବ ।