କନକ ବ୍ୟୁରୋ : ଶବଦାହ ବେଳେ ଶ୍ମଶାନରେ ମହୁମାଛିଙ୍କ ଆକ୍ରମଣ । ପାଖାପାଖି ୪୦ରୁ ଅଧିକ ଲୋକ ମହୁମାଛି ଅକ୍ରମଣର ଶିକାର ହୋଇଛନ୍ତି । କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ୨ ନମ୍ବର ୱାର୍ଡ଼ରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବୈପାରିଗୁଡାର ୨ ନମ୍ବର ଓ୍ବାର୍ଡ ସଭ୍ୟଙ୍କ ପିତାଙ୍କ ଦେହାନ୍ତ ହେଇଥିଲା । ଶବଦାହ କରିବା ପାଇଁ ୨ ଶହରୁ ଉର୍ଦ୍ଧ୍ବ ସଂପର୍କୀୟ ଏବଂ ଗ୍ରାମବାସୀ ଶ୍ମଶାନକୁ ଯାଇଥିଲେ । ଶ୍ମଶାନ ନିକଟରେ ପହଞ୍ଚି ଶବ ରଖିବା ପୂର୍ବରୁ କିଛି ସଂପର୍କୀୟ ଶ୍ମଶାନ ନିକଟର କାଠ ଯୋଗାଡ଼ କରି ନିଆଁ ଲଗାଇବା ବେଳେ ଧୁଆଁର ଧାସରେ ଗଛରେ ଥିବା ମହୁମାଛି ଉଡ଼ି ଲୋକମାନଙ୍କୁ ଆକ୍ରମଣ କରିଥିଲେ । ପ୍ରାଣ ବିକଳରେ ସମସ୍ତେ ଦୌଡ଼ି ଚାଲିଯାଇଥିଲେ । ୪୦ରୁ ଉର୍ଦ୍ଧ ଲୋକ ଆକ୍ରମଣର ଶିକାର ହୋଇଥିଲେ । ସମସ୍ତଙ୍କୁ ବୈପାରିଗୁଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୪୦ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ସ୍ବାସ୍ଥ୍ୟ ଗୁରୁତର ଥିବା ଡ଼ାକ୍ତର ପ୍ରକାଶ କରିଛନ୍ତି । ଏକ ଘଣ୍ଟା ପରେ ପୁଣିଥରେ କିଛି ସଂପର୍କୀୟ ଶ୍ମଶାନକୁ ଯାଇ ଶବ ଦାହ କାମ ସମ୍ପୁର୍ଣ୍ଣ କରିଥିଲେ ।
ଶବଦାହ ବେଳେ ଶ୍ମଶାନରେ ମହୁମାଛି ଆତଙ୍କ । ଆକ୍ରମଣରେ ୪୦ରୁ ଅଧିକ ଆହତ
ଶବଦାହ ବେଳେ ଶ୍ମଶାନରେ ମହୁମାଛିଙ୍କ ଆକ୍ରମଣ । ପାଖାପାଖି ୪୦ରୁ ଅଧିକ ଲୋକ ମହୁମାଛି ଅକ୍ରମଣର ଶିକାର ହୋଇଛନ୍ତି । କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ୨ ନମ୍ବର ୱାର୍ଡ଼ରେ ଏଭଳି ଘଟଣା ଦେଖିବାକୁ ମିଳିଛି ।