କନକ ବ୍ୟୁରୋ: କଟକ ବାରବାଟୀ ଷ୍ଟାଡିୟମରେ ମ୍ୟାଚ ଚାଲିବା ବେଳେ ବିଭିନ୍ନ ସମୟରେ ଆତଙ୍କ ସୃଷ୍ଟି କରୁଛନ୍ତି ମହୁମାଛି । ବୁଧବାର ଓଡ଼ିଶା-ମହାରାଷ୍ଟ୍ର ରଣଜୀ ମ୍ୟାଚ ଚାଲିଥିବା ବେଳେ ହଠାତ୍ ପଡିଆ ଭିତରକୁ ମାଡି ଆସିଥିଲେ ମହୁମାଛି । ଦଂଶନରୁ ବର୍ତ୍ତିବା ପାଇଁ ଭୟରେ ପଡିଆରେ ଶୋଇ ପଡିଥିଲେ ଖେଳାଳି, ଅମ୍ପାୟାର ଓ ସପୋର୍ଟ ଷ୍ଟାଫ୍ । ପ୍ରାୟ ୧୦ ମିନିଟ୍ ଧରି ବନ୍ଦ ରହିଥିଲା ମ୍ୟାଚ । ସୌଭାଗ୍ୟବଶତଃ କୌଣସି ଖେଳାଳି ଆହତ ହୋଇନଥିଲେ । ଆସନ୍ତା ଫେବୃଆରୀ ୯ ତାରିଖରେ ବାରବାଟୀରେ ହେବ ଭାରତ-ଇଂଲଣ୍ଡ ଅନ୍ତର୍ଜାତୀୟ ମ୍ୟାଚ । ସେହି ମ୍ୟାଚ ବେଳେ ମଧ୍ୟ ସମସ୍ୟା ସୃଷ୍ଟି କରିପାରନ୍ତି ମହୁମାଛି ।
ଷ୍ଟାଡିୟମର ୪ ନମ୍ବର ଓ ୭ ନମ୍ବର ଗ୍ୟାଲେରିରେ ମହୁମାଛିଙ୍କ ଆତଙ୍କ ଅଧିକ ରହୁଛି । ଏହି ଦୁଇଟି ଗ୍ୟାଲେରୀର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ମହୁମାଛି ଫେଣା ରହିଛି । ଯାହାକୁ ନେଇ ଭୟଭୀତ ହୋଇପଡିଛନ୍ତି ଅଭିଭାବକ । ଷ୍ଟାଡିୟମ୍ କ୍ୟାମ୍ପସ୍ ଭିତରେ ଏକ ଘରୋଇ ସ୍କୁଲ ଥିବାରୁ ପାଠପଢା ପାଇଁ ପିଲାଙ୍କୁ ଛାଡିବାକୁ ଡରୁଛନ୍ତି ଅଭିଭାବକ ।
ବୁଧବାର ସେଞ୍ଚୁରିଅନ ଗ୍ରାଉଣ୍ଡକୁ ଉଡ଼ନ୍ତା ପିମ୍ପୁଡି ପଶି ଆସିବାରୁ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ୩୦ ମିନିଟ୍ ଧରି ବାଧାପ୍ରାପ୍ତ ହୋଇଥିଲା । ଆସନ୍ତା ଫେବୃଆରୀରେ ବାରବାଟୀରେ ହେବାକୁ ଥିବା ଅନ୍ତର୍ଜାତୀୟ ମ୍ୟାଚ ପୂର୍ବରୁ ମହୁମାଛି ଫେଣା ସଫା କରିବା ଓସିଏ କର୍ତ୍ତୃପକ୍ଷଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2024/11/14/J1cpvIwX0ArrJqGAH6Nj.jpg)