କନକ ବ୍ୟୁରୋ: ବାରବାଟୀରେ ରଣଜୀ ମ୍ୟାଚ୍ ବେଳେ ଅଭାବନୀୟ ଦୃଶ୍ୟ । ପଡ଼ିଆ ଭିତରକୁ ପଶି ଆସିଲେ ମହୁମାଛି । ମହୁମାଛି ଆତଙ୍କରୁ ବର୍ତ୍ତିବା ପାଇଁ ପଡ଼ିଆରେ ଶୋଇପଡ଼ିଲେ ଖେଳାଳି । କେବଳ ଖେଳାଳି ନୁହଁନ୍ତି ଅମ୍ପେୟାର ଓ ସର୍ପୋଟ୍ ଷ୍ଟାପ୍ ବି ଶୋଇ ପଡ଼ିଥିବା ଦେଖିବାକୁ ମିଳିଛି । ବେଶ କିଛି ସମୟ ଧରି ପଡ଼ିଆ ଭିତରେ ମହୁମାଛି ଏପରି ଆତଙ୍କ ଖେଳାଇଥିଲେ । ଗତକାଲି ବାରାବାଟୀ ଷ୍ଟାଡିୟମରେ ଓଡ଼ିଶା ଏବଂ ମହାରାଷ୍ଟ ମଧ୍ୟ ମୁକାବିଲା ଚାଲିଥିଲା । ଏହି ସମୟରେ ପଡ଼ିଆ ଭିତରକୁ ପଳାଇ ଆସିଥିଲେ ମହୁମାଛି । ହେଲେ ସୌଭାଗ୍ୟବଶତଃ କୌଣସି ଖେଳାଳି ଆହତ ହୋଇନାହାଁନ୍ତି । କିଛି ସମୟ ପାଇଁ ମହୁମାଛି ମ୍ୟାଚରେ ବାଧା ସୃଷ୍ଟି କରିଥିଲେ । ପୂର୍ବରୁ ମଧ୍ୟ ବାରବାଟୀରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ।