କନକ ବ୍ୟୁରୋ : ମହୁମାଛି ନେଇଗଲା ଜୀବନ । ମହୁମାଛି ଆକ୍ରମଣରେ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ । ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ତିରିଂ ଉନ୍ନୟନ ସଂସ୍ଥାର କନିଷ୍ଠ ଯନ୍ତ୍ରୀ ବିଶ୍ୱନାଥ ମୁର୍ମୁଙ୍କ ମୃତ୍ୟୁ ହୋଇଛି । ସେ ଆଜି ନିଜ ସରକାରୀ ବାସଭବନରୁ କାର୍ଯ୍ୟାଳୟ ଯାଉଥିବା ବେଳେ ମହୁମାଛି ଆକ୍ରମଣ କରିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏନେଇ ପୋଲିସ ପକ୍ଷରୁ ଏକ ଅପମୃତ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ।