କନକବ୍ୟୁରୋ : ପରୀକ୍ଷା ଫଳରେ ଅନିୟମିତତା ପରେ ସ୍ଥଗିତ ରହିଲା ବିଇଡି ଆଡମିଶନ । ସାମୟିକ ପାଇଁ ବିଇଡି , ବିଏଚଇଡି ଏବଂ ଏମଏଡ଼ ଆଡ଼ମିସନ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରୀ କରାଯାଇଛି । ସାମସ୍ ଅଧିନରେ ୨୦୨୫-୨୬ ପ୍ରବେଶିକା ପରୀକ୍ଷା ଫଳରେ ତ୍ରୁଟି ନେଇ ଛାତ୍ରଛାତ୍ରୀମାନେ ଅଭିଯୋଗ ଆଣିବା ପରେ ନାମଲେଖା ପ୍ରକ୍ରିୟାକୁ ସ୍ଥଗିତ ରଖିଛି ଉଚ୍ଚଶିକ୍ଷା ବିଭାଗ । ଅଭିଯୋଗ ଅଧାରରେ ବିଶେଷଜ୍ଞ କମିଟି ଦ୍ବାରା ଉତ୍ତର ପତ୍ରକୁ ପୁଣି ଥରେ ଯାଞ୍ଚ କରିବାକୁ ଷ୍ଟେଟ ସିଲେକ୍ସନ ବୋର୍ଡ(ଏସଏସବି) ନିର୍ଦ୍ଦେଶ ଦେଇଛି ।
ତେବେ ନୂଆ ଆଡମିଶନ ତାରିଖ ନେଇ ସାମସ୍ ପୋର୍ଟାଲରେ ସୂଚିତ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏଥିସହ ଅଗ୍ରଣୀ ଖବରକାଗଜରେ ଏନେଇ ସୂଚନା ଦିଆଯିବ ବୋଲି କୁହାଯାଇଛି । ବିଇଡି ,ଏମଏଡ, ବିଏଚଇଡି ୨୦୨୫-୨୬ ଶିକ୍ଷାବର୍ଷରୁ ଆଡ଼ମିଶନ ପାଇଁ ଗତ ଜୁନ ୧ ତାରିଖରେ ପ୍ରବେଶିକା ପରୀକ୍ଷା ହୋଇଥିଲା । ରାଜ୍ୟର ୩୧ ଶିକ୍ଷାନୁଷ୍ଠାନରେ ୨୭୫୦ ସିଟ ପାଇଁ ୧ ଲକ୍ଷ ୨୯ ହଜାର ଛାତ୍ରଛାତ୍ରୀ ଆବେଦନ କରିଥିଲେ ।