ଓଡ଼ଶ ନାଁ ଟି ଶୁଣିଥିବେ .. କାଠ ଆସବାବପତ୍ର ଏମାନଙ୍କ ଘର । ଘରକୁ ଥରେ ଚାଲିଆସିଲେ ନାଁ ଧରନ୍ତିନି ଯିବାର । ଖଟ,ଚଉକି,ଟେବୁଲ୍,ଗଦି,ଆଲମାରୀ,ସୋଫାରେ ଥରେ ଓଡ଼ଶ ଲାଗିଗଲେ ଜୀବନଟା ବିଷ ହେବାଟା ସାର । ଶରୀରର ରକ୍ତ ପିଇ ବଂଚୁଥିବା ଏହି ରକ୍ତପିପାସୁ କୀଟ ଥରେ ଘରକୁ ଚାଲିଆସିଲେ ଏମାନଙ୍କୁ ବାହାର କରିବା କେତେ କାଠିକର ପାଠ ଏହା ଭୁକ୍ତଭୋଗୀଟିଏ ହିଁ ଜାଣିଛି ଆଜ୍ଞା । ଦେଖିବାକୁ ସିନା କୀଟଟି ଛୋଟ ହେଲେ ଶରୀରର ରକ୍ତ ପିଇ ଦେହ ସାରା ଲାଲ୍ ଚିହ୍ନ ପକାଇ ମଣିଷକୁ କଲବଲ କରିବାରେ କୌଣସି ଗୁଣରେ କମ୍ ନୁହଁନ୍ତି ଏହି ଓଡ଼ଶ । ଘରକୁ ଭୁଲବଶତଃ ଏହି ଅଦିନିଆ କୁଣିଆ ଚାଲିଆସିଲେ ଅଣ୍ଡା ଦେଇ ପରିବାରର ସାମ୍ରାଜ୍ୟ ଛିଡ଼ା କରନ୍ତି ଆଉ ଘରଲୋକଙ୍କୁ ନାକରେ କନ୍ଦାଇଦିଅନ୍ତି । ଯଦି ଆପଣ ବି ଏହି କୀଟଙ୍କ ସଂସ୍ପର୍ଶରେ ଆସି ନାକେଦମ୍ ହେଲେଣି ତାହେଲେ ଏହି ଘରୋଇ ଉପାୟ ଆପଣାନ୍ତୁ ଏବଂ ରକ୍ତ ପିଉଥିବା କୀଟକୁ ସମୁଳେ ବିନାଶ କରନ୍ତୁ । 

Advertisment

bug

ରୋଷେଇ ଘରୁ ବେକିଂସୋଡ଼ା ଉଠାଇ ଆଣନ୍ତୁ , ଯେଉଁଠି ଓଡ଼ଶ ହୋଇଛି ସେଇଠି ଲଗାତାର ୧୦ ରୁ ୧୨ ଦିନ ପର୍ଯ୍ୟନ୍ତ ସିଞ୍ଚନ୍ତୁ , ଓଡ଼ଶ ଚାଲିଯିବେ । ଓଦା ଚୁଟିକୁ ଶୁଖାଇବାରେ ସାହାଯ୍ୟ କରୁଥିବା ହେୟାର୍ ଡ୍ରାୟରକୁ ଓଡ଼ଶ ମାରିବା ପାଇଁ ମଧ୍ୟ ବ୍ୟବହାର କରିପାରିବେ । ଯଦି କୌଣସି ଛୋଟ ଜାଗାରେ ଓଡ଼ଶ ମାଡ଼ିଛନ୍ତି ସେହି ସ୍ଥାନରେ ତୁରନ୍ତ ହେୟାର୍ ଡ୍ରାୟର୍ ଚଲାଇ ଦିଅନ୍ତୁ । ଡ୍ରାୟରର ଗରମରେ ଓଡ଼ଶ ମରିଯିବେ । ଯଦି ଘରେ ଓଡ଼ଶର ଆତଙ୍କ ଅଧିକ ବଢିଯାଇଛି ତାହେଲେ ଟକମକ ଫୁଟୁଥିବା ଗରମ ପାଣିର ବ୍ୟବହାର କରିପାରିବେ । ଗଦି , ଚାଦର , ତକିଆକୁ ଗରମ ପାଣିରେ ଧୋଇଦିଅନ୍ତୁ , ଗରମ ପାଣିମାଡ଼ ଖାଇବା ମାତ୍ରେ ଓଡ଼ଶ ଛଟପଟ ହୋଇମରିବେ । 

driyer

ଲାଭେଣ୍ଡର ଓଡ଼ଶ ମାରିବା ପାଇଁ ଏକ ଭଲ ବିକଳ୍ପ । ଏହି ରକ୍ତ ପିଉଥିବା କୀଟକୁ ଲାଭେଣ୍ଡର ତେଲ କିମ୍ବା ପତ୍ର ଦ୍ୱାରା ମରାଯାଇପାରିବ । ଲାଭେଣ୍ଡରର ବାସ୍ନା ଯାହାକୁ ଆମେ ରୁମ୍ ଫ୍ରେଶନର୍ ଭାବେ ବ୍ୟବହାର କରୁ ସେହି ବାସ୍ନାରେ ହିଁ ଓଡ଼ଶ ଘର ଛାଡ଼ି ଦୌଡ଼ିବେ । ପଖାଳ କଂସାଏ,ପୁଦିନା ପତ୍ରର ଚଟଣୀ ଖାଇ ଯେମିତି ଦିନବେଳା ନିଘୋଟ ନିଦଟେ ହୁଏ ଠିକ୍ ସେମିତି ପୁଦିନା ପତ୍ରର ବାସ୍ନା ଶୁଘିଂ ରକ୍ତ ପିଉଥିବା ଓଡ଼ଶ ମଧ୍ୟ ଚିତପଟାଙ୍ଗ ହୋଇ ମରେ । ଘରର ଯେଉଁଠିବି ଓଡ଼ଶ ମାଡ଼ିଛନ୍ତି ସେଇଠି ପୁଦିନା ପତ୍ରକୁ ମନ୍ଥି ପକାଇ ଦିଅନ୍ତୁ । ଓଡ଼ଶ ଘର ଛାଡ଼ି ଧାଇଁବେ । 

 lavender

ଓଡ଼ଶ ହୋଇଥିବା ଦାଢ ଜାଗାରେ ଭିନେଗାର ଢାଳିଦିଅନ୍ତୁ । ଏହାଦ୍ୱାରା ଓଡ଼ଶ ଯିବାକୁ ଆଉ ବାଟ ପାଇବେନି । ତାପରେ ସେ ଚାରିପାଖ ଭିନେଗାର୍ ସ୍ପ୍ରେ କରନ୍ତୁ , ଏହାଦ୍ୱାରା ଓଡ଼ଶ ଶୁଖି ମରିଯିବେ । ଧ୍ୟାନ ରଖନ୍ତୁ ଭିନେଗାରରେ ଆଦୌ ପାଣି ମିଶାଇବେ ନାହିଁ । ଯଦି ଆପଣ କ୍ୟାମିକାଲ୍ ବିକଳ୍ପକୁ ଆପଣାଇବାକୁ ଚାହାଁନ୍ତି ତେବେ ସତର୍କତା ଅବଲମ୍ବନ କରି ସ୍ପ୍ରେ କରନ୍ତୁ । 

କୀଟନାଶକ ଗୁଣବତ୍ତାର ପେଣ୍ଠସ୍ଥଳୀ ହେଉଛି ନିମ୍ବପତ୍ର । ନିମ୍ବପତ୍ରକୁ ଯଦି ଓଡ଼ଶ ହୋଇଥିବା ଜାଗାରେ ରଖିବେ ଏହାର ବାସ୍ନାରେ ହିଁ ଓଡ଼ଶ ଆକ୍ତାମାକ୍ତା ହୋଇଯିବେ । ଗଦିରେ ଯଦି ଓଡ଼ଶ ମାଡ଼ିଯାଇଛି ତେବେ ନିମ୍ବପତ୍ରକୁ ଗଦି ତଳେ ବିଛାଇ ଦିଅନ୍ତୁ । ଏହିଭଳି କିଛି ଘରୋଇ ଉପାୟ ଆପଣାଇ ଘରୁ ରକ୍ତ ପିଉଥିବା ଓଡ଼ଶକୁ ଟା ଟା ବାଏ ବାଏ କରନ୍ତୁ ।