କନକ ବ୍ୟୁରୋ : ଦିନକୁ ଦିନ ପ୍ଲାଷ୍ଟିକ୍ ସାମଗ୍ରୀର ବହୁଳ ବ୍ୟବହାର ହେଉଛି । ଯାହା ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ । ତେବେ ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ ପାଇଁ ଆକର୍ଷଣୀୟ ଜିନିଷ ପ୍ରସ୍ତୁତ କରିଛନ୍ତି ମହିଳା । ଯାହା ଭୁବନେଶ୍ବରରେ ଆୟୋଜିତ ଜାତୀୟ ବାଣିଜ୍ୟ ମେଳାରେ ଦେଖିବାକୁ ମିଳିଛି । ଆଇସ୍କ୍ରିମ୍ କାଠି, କାଚ ବୋତଲ, ମାଟି, ବାଉଁଶ ଓ ସମ୍ବଲପୁରୀ କପଡ଼ା ଓ କଉଡ଼ିରେ କାନଫୁଲ, ପେନଷ୍ଟାଣ୍ଡ, ପାଣି ବୋତଲ, କପ୍ ଭଳି ଘରସଜା ସମାଗ୍ରୀ ତିଆରି କରିଛନ୍ତି ମହିଳା । ମେଳାରେ ପ୍ରଦର୍ଶୀତ ହୋଇଥିବା ଏହି ଷ୍ଟଲରେ ଜମୁଛି ଲୋକଙ୍କ ଭିଡ଼ । ଉଦ୍ୟୋଗୀ ମହିଳାଙ୍କ ଏହି ଷ୍ଟଲରେ ଭଲ ବେପାର ମଧ୍ୟ ହୋଇଛି ।
ବିନା ପ୍ଲାଷ୍ଟିକରେ ପ୍ରସ୍ତୁତ କରୁଛନ୍ତି ସୁନ୍ଦର କଳାକୃତି । ରାଜଧାନୀରେ ଆୟୋଜିତ ବାଣିଜ୍ୟ ମେଳାରେ ଗ୍ରାହକଙ୍କୁ କଲା ଆକର୍ଷିତ
ଯାହା ଭୁବନେଶ୍ବରରେ ଆୟୋଜିତ ଜାତୀୟ ବାଣିଜ୍ୟ ମେଳାରେ ଦେଖିବାକୁ ମିଳିଛି । ଆଇସ୍କ୍ରିମ୍ କାଠି, କାଚ ବୋତଲ, ମାଟି, ବାଉଁଶ ଓ ସମ୍ବଲପୁରୀ କପଡ଼ା ଓ କଉଡ଼ିରେ କାନଫୁଲ, ପେନଷ୍ଟାଣ୍ଡ, ପାଣି ବୋତଲ, କପ୍ ଭଳି ଘରସଜା ସମାଗ୍ରୀ ତିଆରି କରିଛନ୍ତି ମହିଳା ।
/kanak/media/media_files/2025/05/04/cSZstgiFSf2wJJlCCpm1.jpg)