କନକ ବ୍ୟୁରୋ : ବାଉଁଶ ଗଛର ଚେରରୁ ତିଆରି ହୋଇଛି ସୁନ୍ଦର କଳାକୃତି । ବିଭିନ୍ନ ପକ୍ଷୀ ପଶୁଙ୍କ ଏହି ସୁନ୍ଦର କଳାକୃତି ଦେଖିବାକୁ ମିଳିଛି ଭୁବନେଶ୍ୱର ଜନତା ମଇଦାନରେ ହେଉଥିବା ସୁଭଦ୍ରା ଶକ୍ତି ମେଳାରେ । ୨୨ ତାରିଖରୁ ଆରମ୍ଭ ହୋଇ ଆସନ୍ତା ଦୁଇ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ମେଳା ଚାଲିବାକୁ ଥିବା ବେଳେ ବିଭିନ୍ନ ଷ୍ଟଲରେ ଭିନ୍ନ ଭିନ୍ନ ଜିନିଷ ବିକ୍ରି ହେଉଛି । ଏହାରି ଭିତରେ ବରଗଡରୁ ଆସିଥିବା ବାଉଁଶ ପିଜି ପକ୍ଷରୁ ଏହି ବାଉଁଶ ତିଆରି ସାମଗ୍ରୀ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

Advertisment

ତେବେ ସାଧାରଣତଃ ବାଉଁଶରୁ ଘରକରଣା ଓ ସାଜସଜ୍ଜା ଜିନିଷ ତିଆରି ହୁଏ । କିନ୍ତୁ ବାଉଁଶର ଚେର ଯାହାକି ମାଟିତଳେ ପଚି ସଢ଼ି ସାଧାରଣତଃ ନଷ୍ଟ ହୋଇଯାଏ ସେଥିରୁ ଇଗଲ, ବଗ, ମୟୁର, କୁମ୍ଭୀର ଆଦି ଜିନିଷ ସେମାନେ ତିଆରି କରୁଛନ୍ତି । ଯାହାଦ୍ୱାରା ପରିବେଶର ସନ୍ତୁଳନ ମଧ୍ୟ ଭଲ ରହିବ ବୋଲି ବ୍ୟବସାୟୀ କହିଛନ୍ତି ।