କନକବ୍ୟୁରୋ : ସୁଭଦ୍ରା ଭିଡ଼ରେ ପେଶି ହୋଇଗଲେ ଆଧାର ସେବା କେନ୍ଦ୍ର କର୍ମଚାରୀ । ଆଧାର ଲିଙ୍କ୍‌ରେ ସମୟ ଲାଗିବାରୁ ଖାଇବାକୁ ପଡ଼ିଲା ମାଡ଼ । ଖୋଦ ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଛି ଏଭଳି ଘଟଣା ।  ବରଗଡ଼ ଆଧାର ସେବା କେନ୍ଦ୍ରରେ ସୁଭଦ୍ରା ଫର୍ମ ପୂରଣ ଓ ଆଧାର ସଂଶୋଧନ ପାଇଁ ଲାଇନ ଲଗାଇଥିଲେ ଲୋକେ ।

Advertisment

କିନ୍ତୁ ଲିଙ୍କ୍ ଫେଲ ହେବାରୁ ଅଧାର ସଂଶୋଧନରେ ବିଳମ୍ବ ହୋଇଥିଲା । ଅଉ ଏଥିରେ ରାଗି ଯାଇ ଆଧାର କେନ୍ଦ୍ର କର୍ମଚାରୀଙ୍କୁ ମାଡ଼ ମାରିଛନ୍ତି ଲାଇନରେ ଛିଡ଼ା ହୋଇଥିବା ଜଣେ ମହିଳାଙ୍କ ଦୁଇ ପୁଅ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।