ରାଲିକୁ ଅଟକାଇବାରୁ ପୁଲିସକୁ ମାଡ଼, ପିସିଆର ଗାଡ଼ି ଭଙ୍ଗାରୁଜା । ଭଦ୍ରକ ପୁରୁଣା ବଜାରରେ ବିଏନଏସ ୧୬୩ ଧାରା ଲାଗୁ

Advertisment

ସୋସିଆଲ ମିଡିଆରେ ବିବାଦୀୟ ଭିଡିଓକୁ ନେଇ ଭଦ୍ରକରେ ହିଂସା। ରାଲି କରି ଯାଉଥିବା ବେଳେ ପୁଲିସ ଅଟକାଇବାରୁ ପୁଲିସକୁ କିଛି ଅସାମାଜିକ ଯୁବକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ସୋସିଆଲ ମିଡିଆରେ ବିବାଦୀୟ ଭିଡିଓକୁ ନେଇ ଭଦ୍ରକରେ ହିଂସା। ରାଲି କରି ଯାଉଥିବା ବେଳେ ପୁଲିସ ଅଟକାଇବାରୁ ପୁଲିସକୁ କିଛି ଅସାମାଜିକ ଯୁବକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

police beaten

କନକ ବ୍ୟୁରୋ: ସୋସିଆଲ ମିଡିଆରେ ବିବାଦୀୟ ଭିଡିଓକୁ ନେଇ ଭଦ୍ରକରେ ହିଂସା। ରାଲି କରି ଯାଉଥିବା ବେଳେ ପୁଲିସ ଅଟକାଇବାରୁ ପୁଲିସକୁ କିଛି ଅସାମାଜିକ ଯୁବକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିର ଜଣେ ପୁଲିସ ଏସଆଇଙ୍କ ସମେତ ଅନ୍ୟ ଜଣେ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ପୋଲିସ ଭ୍ୟାନ ଓ ତହସିଲଦାର ଗାଡି ଭଙ୍ଗାରୁଜା ହୋଇଛି। ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ପୁଲିସକୁ ଲାଠିଚାର୍ଜ କରିବାକୁ ପଡିଛି। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଭଦ୍ରକ ପୁରୁଣା ବଜାର ଅଞ୍ଚଳରେ ବିଏନଏସ୍ ଧାରା ୧୬୩ ଲାଗୁ କରାଯାଇଛି। ଏକାସାଙ୍ଗରେ ୫ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ୧୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି। 

ସାମାଜିକ ଗଣମାଧ୍ୟମରେ ଜଣେ ବ୍ୟକ୍ତିଙ୍କ ପୋଷ୍ଟକୁ ବିରୋଧ କରି ଗୋଟିଏ ଗୋଷ୍ଠୀ ଥାନାରେ ଅଭିଯୋଗ କରିଥିଲା। ସନ୍ତିଆ ନିକଟରେ ରାଲି କରିବାକୁ ଉଦ୍ୟମ କରୁଥିବା ସମୟରେ ଭଦ୍ରକ ସିଟି ଡ଼ିଏସପି ତହସିଲଦାର ଓ ଟାଉନ ପୋଲିସ ସେମାନଙ୍କୁ ଯିବାକୁ ବାରଣ କରିଥିଲେ। ଫଳରେ ଉତ୍ୟକ୍ତ ଲୋକଙ୍କ ମାଡରେ ଟାଉନ ପୋଲିସ ସବ ଇନସ୍ପେକ୍ଟର ରୋଜନ ମୁର୍ମୁ ଆହତ ହୋଇଛନ୍ତି । ଭଦ୍ରକ ପରେ ଧାମନଗରରେ ଲାଗୁ ହେଲା ୧୬୩ ଧାରା। ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟକୁ ନେଇ ଧାମନଗରରେ ନିର୍ଦ୍ଧିଷ୍ଟ ସଂପ୍ରଦାୟର ଯୁବକମାନଙ୍କ ଦ୍ଵାର ରାସ୍ତାରୋକ୍ ସହ ବିକ୍ଷୋଭ ଦେଖିବାକୁ ମିଳିଥିଲା। ପରିସ୍ଥିତିକୁ ଲକ୍ଷ୍ୟ କରି ଭଦ୍ରକ ଉପଜିଲ୍ଲାପାଳଙ୍କ ତରଫରୁ ଧାମନଗର NAC ଓ ଦୋବଲ ଅଞ୍ଚଳରେ ଲାଗୁ ହୋଇଛି ୧୬୩ ଧାରା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe