ଯନ୍ତାରେ ପଡ଼ିଲା ଭାଲୁ ; ୧୫ ଦିନ ଧରି ଖେଳାଇଥିଲା ଆତଙ୍କ

ଯନ୍ତାରେ ପଡ଼ିଲା ଭାଲୁ ; ୧୫ ଦିନ ଧରି ଖେଳାଇଥିଲା ଆତଙ୍କ, ଲୋକଙ୍କୁ କରୁଥିଲା ଅତର୍କିତ ଆକ୍ରମଣ, ବନବିଭାଗର ରାପିଡ୍‌ ରେସପନ୍ସ ଟିମ୍ କଲା କାବୁ ।

bear

କନକ ବ୍ୟୁରୋ: ଯନ୍ତାରେ ପଡିଲା ଭାଲୁ। ଗତ ୧୫ ଦିନ ଧରି ନବରଙ୍ଗପୁର ଚନ୍ଦ୍ରପୁର ଗାଁରେ ଆତଙ୍କ ଖେଳାଇଥିବା ଭାଲୁ ଏବେ ଜନ୍ତାରେ ପଡିଛି। ୧୫ ଦିନ ଧରି ବନବିଭାଗ ଓ ଗ୍ରାମବାସୀଙ୍କ ନିଦ ହଜାଇ ଥିବା ଭାଲୁ ଶେଷରେ ବନବିଭାଗର ଯନ୍ତାରେ ଧରାପଡିଛି  । 

ବନବିଭାଗ ଭାଲୁକୁ ନେଇ ସୁରକ୍ଷିତ ସ୍ଥାନରେ ରଖିବା ସହ ତାହାର ସ୍ୱାସ୍ଥ୍ୟ ପରୀକ୍ଷା କରିବ ବୋଲି ସୂଚନା ମିଳିଛି  । ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମରେ ପ୍ରାୟ ୧୫ ଦିନ ହେବ ଏକ ଭାଲୁ ଗ୍ରାମରେ ପଶିଆସିବା ସହ ଚନ୍ଦ୍ରପୁର ଆଶ୍ରମ ବିଦ୍ୟାଳୟ ପାଚେରୀକୁ ଲାଗିକି ଥିବା ମକା ବାଡ଼ିରେ ରହି ଆସୁଥିଲା। ଖାଦ୍ୟ ପାଇଁ ବାହାରକୁ ବାହାରି ଏଣେତେଣେ ବୁଲିବା ସହ ଗାଁ ଭିତରକୁ ପଶିଆସି ବୁଲୁଥିଲା। ଯାହାକୁ ନେଇଁ ଗ୍ରାମବାସୀ ଭୟଭୀତ ହେବା ସହ କେତେବେଳେ କିଛି ଅଘଟଣ ଘଟିବାର ଆଶଙ୍କା ମଧ୍ୟ କରୁଥିଲେ ।  କିଛି ଜଣଙ୍କୁ ଭାଲୁ ଆକ୍ରମଣ କରିଥିବା  ମଧ୍ୟ ଅଭିଯୋଗ ହୋଇଥିଲା। 

ବନବିଭାଗ କର୍ମଚାରୀ ଦିନରାତି ସେଠାରେ ରହି ଭାଲୁର ଗତିବିଧିକୁ ନଜର ରଖିଥିଲେ ମଧ୍ୟ ଭାଲୁ କୁ କାବୁ କରିପାରୁନଥିଲେ  । ଶେଷରେ ଭାଲୁକୁ କାବୁ କରିବା ପାଇଁ  ରେପିଡ଼ ରେସପନ୍ସ ଟିମକୁ ପଠାଯାଇଥିଲା  । ଆର.ଆର.ଟି ଟିମ ଭାଲୁ ରହିଥିବା ମକା ବାଡ଼ ରେ ଏକ ଜନ୍ତା ଲଗାଇ ଭିତରେ ମହୁଲ, ମହୁ ଓ ବିଭିନ୍ନ ବାସ୍ନା ଯୁକ୍ତ ଖାଦ୍ୟ ରଖି ଜଗି ବସିଥିଲେ । ଆଉ ଭାଲୁ ଟି ଖାଇବାକୁ ଆସି ଜନ୍ତା ଭିତରେ ପଡିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe