ପାରାସିଟାମଲକୁ ସାବଧାନ !ହୋଇପାରେ ସାଂଘାତିକ ରୋଗ

Advertisment

ଯଦି ଆପଣଙ୍କୁ ଜ୍ୱର ହୋଇଛି ଆଉ ଆପଣ ପାରାସିଟାମୋଲ ମେଡିସିନ୍‌ ଖାଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ

ଯଦି ଆପଣଙ୍କୁ ଜ୍ୱର ହୋଇଛି ଆଉ ଆପଣ ପାରାସିଟାମୋଲ ମେଡିସିନ୍‌ ଖାଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ

pp

କନକବ୍ୟୁରୋ :ଯଦି ଆପଣଙ୍କୁ ଜ୍ୱର ହୋଇଛି ଆଉ ଆପଣ ପାରାସିଟାମଲ ମେଡିସିନ୍‌ ଖାଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କାହିଁକି ନା ଦେଶର ଡ୍ରଗ୍‌ ରେଗୁଲେଟର ସେଣ୍ଟ୍ରାଲ୍ ଡ୍ରଗମାନକ ନିୟନ୍ତ୍ରଣ ସଂଗଠନ  ଦ୍ୱାରା ହୋଇଥିବା ଗୁଣାତ୍ମକ ପରୀକ୍ଷାରେ ବିଫଳ ହୋଇଛି ପାରାସିଟାମୋଲ୍‌ ।  

ଏବେ ୫୦ରୁ ଅଧିକ ଔଷଧ କ୍ୱାଲିଟି ଟେଷ୍ଟରେ ଫେଲ୍ ମାରିଛନ୍ତି। ଏହି ଔଷଧଗୁଡ଼ିକ ମଧ୍ୟରେ କ୍ୟାଲ୍‌ସିୟମ, ଭିଟାମିନ ଡି ସପ୍ଲିମେଣ୍ଟ, ଆଣ୍ଟି ଡାଇବେଟିସ ପିଲ୍ସ ଓ ହାଇ ବ୍ଲଡ ପ୍ରେସର ମେଡିସିନ ଭଳି ଔଷଧ ରହିଛି। ଭାରତୀୟ ଔଷଧ ନିୟନ୍ତ୍ରକ ବୋର୍ଡ ଏହିସବୁ ଔଷଧର ମାନ ପରୀକ୍ଷା କରିଥିଲା।

ପରୀକ୍ଷାରେ ୫୦ରୁ ଅଧିକ ଔଷଧ ଖରାପ କ୍ୱାଲିଟିର ବୋଲି ଜଣାପଡ଼ିଛି। ଭିଟାମିନ ସି ଏବଂ ଡି ୩ ଟେବ୍‌ଲେଟ ସେଲକାଲ, ଭିଟାମିନ ବି କମ୍ପ୍ଲେକ୍ସ ଏବଂ ଭିଟାମିନ ସି ସଫ୍ଟଜେଲ, ଆଣ୍ଟାସିଡ୍ ପାନ ଡି, ପାରାସିଟାମଲ ଟାବ୍ଲେଟ୍ ଆଇପି , ଆଣ୍ଟି ଡାଇବେଟିକ ଔଷଧ ଗ୍ଲାଇମପିରାଇଡ, ଉଚ୍ଚ ରକ୍ତଚାପ ଔଷଧ ଟେଲମିସାର୍ଟାନ୍ ଭଳି ୫୩ଟି ମୁଖ୍ୟ ଔଷଧ ଖରାପ ମାନର ବୋଲି ଭାରତୀୟ ଔଷଧ ନିୟନ୍ତ୍ରକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe