କନକବ୍ୟୁରୋ :ଯଦି ଆପଣଙ୍କୁ ଜ୍ୱର ହୋଇଛି ଆଉ ଆପଣ ପାରାସିଟାମଲ ମେଡିସିନ୍ ଖାଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କାହିଁକି ନା ଦେଶର ଡ୍ରଗ୍ ରେଗୁଲେଟର ସେଣ୍ଟ୍ରାଲ୍ ଡ୍ରଗମାନକ ନିୟନ୍ତ୍ରଣ ସଂଗଠନ ଦ୍ୱାରା ହୋଇଥିବା ଗୁଣାତ୍ମକ ପରୀକ୍ଷାରେ ବିଫଳ ହୋଇଛି ପାରାସିଟାମୋଲ୍ ।
ଏବେ ୫୦ରୁ ଅଧିକ ଔଷଧ କ୍ୱାଲିଟି ଟେଷ୍ଟରେ ଫେଲ୍ ମାରିଛନ୍ତି। ଏହି ଔଷଧଗୁଡ଼ିକ ମଧ୍ୟରେ କ୍ୟାଲ୍ସିୟମ, ଭିଟାମିନ ଡି ସପ୍ଲିମେଣ୍ଟ, ଆଣ୍ଟି ଡାଇବେଟିସ ପିଲ୍ସ ଓ ହାଇ ବ୍ଲଡ ପ୍ରେସର ମେଡିସିନ ଭଳି ଔଷଧ ରହିଛି। ଭାରତୀୟ ଔଷଧ ନିୟନ୍ତ୍ରକ ବୋର୍ଡ ଏହିସବୁ ଔଷଧର ମାନ ପରୀକ୍ଷା କରିଥିଲା।
ପରୀକ୍ଷାରେ ୫୦ରୁ ଅଧିକ ଔଷଧ ଖରାପ କ୍ୱାଲିଟିର ବୋଲି ଜଣାପଡ଼ିଛି। ଭିଟାମିନ ସି ଏବଂ ଡି ୩ ଟେବ୍ଲେଟ ସେଲକାଲ, ଭିଟାମିନ ବି କମ୍ପ୍ଲେକ୍ସ ଏବଂ ଭିଟାମିନ ସି ସଫ୍ଟଜେଲ, ଆଣ୍ଟାସିଡ୍ ପାନ ଡି, ପାରାସିଟାମଲ ଟାବ୍ଲେଟ୍ ଆଇପି , ଆଣ୍ଟି ଡାଇବେଟିକ ଔଷଧ ଗ୍ଲାଇମପିରାଇଡ, ଉଚ୍ଚ ରକ୍ତଚାପ ଔଷଧ ଟେଲମିସାର୍ଟାନ୍ ଭଳି ୫୩ଟି ମୁଖ୍ୟ ଔଷଧ ଖରାପ ମାନର ବୋଲି ଭାରତୀୟ ଔଷଧ ନିୟନ୍ତ୍ରକ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/Nnbus1KkGuEeJQEbExj2.jpg)