କନକ ବ୍ୟୁରୋ: ଆଜି ଆଲୋକର ପର୍ବ ଦୀପାବଳି। ଏଥିପାଇଁ ଗାଁଠୁ ସହର ଉତ୍ସବମୁଖର ହୋଇ ପଡ଼ିଛି। ଦୀପାବଳିରେ ଲୋକେ ଦୀପ ଲଗାଇବା ସହ ବାଣ ମଧ୍ୟ ଫୁଟାଇଥାନ୍ତି । ତେବେ ବାଣ ଫୁଟାଇବା ସମୟରେ କିଛିଟା ଅସାବଧାନତା ଯୋଗୁ ଅଘଟଣ ମଧ୍ୟ ଘଟିଥାଏ। ତେଣୁ ବାଣ ଫୁଟାଇବା ବେଳେ କି କି ସତର୍କତା ଆପଣାଇବା ଦରକାର ବା କ’ଣ କରିବା ଓ କ’ଣ ନ କରିବା ଉଚିତ୍, ତାହା ଜାଣିବା ଦରକାର।

Advertisment

 ବାଣ ଫୁଟାଇବା ବେଳେ ସତର୍କତା
•    ଖୋଲା ପଡ଼ିଆରେ ବାଣ ଫୁଟାନ୍ତୁ 
•    ଅଧିକ ଶବ୍ଦ କରୁଥିବା ବାଣ ଫୁଟାନ୍ତୁ ନାହିଁ
•    ପିଲାଙ୍କୁ ଏକୁଟିଆ ବାଣ ଫୁଟାଇବାକୁ ଦିଅନ୍ତୁ ନାହିଁ
•    ବାଣ ଫୁଟାଇବା ବେଳେ କଟନ୍‌ ପୋଷାକ ପିନ୍ଧନ୍ତୁ 
•    ସିଲ୍‌କ ଓ ଟେରିକଟ୍ ପୋଷାକ ପିନ୍ଧନ୍ତୁ ନାହିଁ
•    ବାଣକୁ ହାତରେ ନଧରି ନିରାପଦ ଦୂରତାରେ ରହି ଅଗ୍ନି ସଂଯୋଗ କରନ୍ତୁ
•    ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ଧାର୍ମିକ ସ୍ଥଳ ଓ ନିଷେଧ ସ୍ଥାନରେ ବାଣ ଫୁଟାନ୍ତୁ ନାହିଁ
•    ବାଣ ଫୁଟାଇବା ବେଳେ ପଶୁପକ୍ଷୀଙ୍କ ପ୍ରତି ଧ୍ୟାନ ଦିଅନ୍ତୁ
•    ଫୁଟା ବାଣର ଅବଶେଷକୁ ପାଣିରେ ପକାଇ ଦିଅନ୍ତୁ
•    ବାଣ ନଫୁଟିଲେ ତାକୁ ଆଉ ଥରେ ବ୍ୟବହାର କରନ୍ତୁ ନାହିଁ 
•    ସେଥିରେ ଅଗ୍ନି ସଂଯୋଗ କରନ୍ତୁ ନାହିଁ
•    ଜରୁରୀ ପରିସ୍ଥିତିରେ ପୁଲିସ୍ କିମ୍ବା ଦମକଳକୁ କଲ୍ କରନ୍ତୁ