କନକବ୍ୟୁରୋ : ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ରୋଲାଣ୍ଡ କଲେଜ ନିକଟରେ ଏକ ମହାବାଳ ବାଘ ଜାତୀୟ ରାଜପଥ ଅତିକ୍ରମ କରୁଥିବା ଭିଡ଼ିଓ ଭାଇରଲ ହୋଇଛି  । ଜଣେ ଯାତ୍ରୀ ନିଜ କାର ଯୋଗେ ବ୍ରହ୍ମପୁରରୁ ଇଚ୍ଛାପୁର ଅଭିମୁଖେ ଯାଉଥିବା ବେଳେ ରୋଲାଣ୍ଡ କଲେଜ ନିକଟରେ ମହାବଳ ବାଘ ରାସ୍ତା ପାର ହେଉଥିଲା । କାରର କ୍ୟାମେରାରେ ବାଘ ପାର ହେଉଥିବା ଭିଡ଼ିଓ କଏଦ ହୋଇଛି ।

Advertisment

ଏହି ଭିଡ଼ିଓ ପରବର୍ତ୍ତୀ ସମୟରେ ଭାଇରାଲ ହେଉଛି। ଏହି ଭିଡ଼ିଓ ବନ ବିଭାଗ ହାତରେ ମଧ୍ୟ ଲାଗିଛି ।  ଗତ ୩ ତାରିଖ ରାତିରେ ଏକ ମହାବଳ ବାଘ ଜାତୀୟ ରାଜପଥ ଅତିକ୍ରମ କରୁଥିଲା  । ସେପଟେ କାକଟପୁରରେ କଲରା ପତରିଆ ବାଘ ଆତଙ୍କ । ପୁରୀ ଜିଲ୍ଲା କାକଟପୁର ବ୍ଲକ ବାଉରିଆ କଣ ଗ୍ରାମରେ କଲରା ପତରିଆ ବାଘ ଦେଖିବାକୁ ନେଇ ଗାଁ ଗାଁ ରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଗତକାଲି ରସୁଲପୁର -ବାଉରିଆକଣ ରାସ୍ତାରେ ବାଘ ଭଳି ଦେଖାଯାଉଥିବା ଏଭଳି ତିନିଟି ଜନ୍ତୁ ଦେଖିବାକୁ ମିଳିଛି  । ଲୋକେ ମୋବାଇଲରେ ଏହି ଜନ୍ତୁର ଭିଡ଼ିଓ ଶୁଟ କରିଥିବା ବେଳେ ତାହା ଏବେ ଭାଇରଲ ହୋଇଛି । ଏହାକୁ ଦେଖିବା ପରେ ଆଖ ପାଖ ପାଞ୍ଚଟି ଗାଁରେ ଆତଙ୍କ ଖେଳିଯାଇଛି । ଏହି ଜନ୍ତୁଟି ମୁହଁ ବାଘ ଭଳି ଦେହରେ ବାଘ ପିଠି ଭଳି ଆଉ ରାସ୍ତାରେ ବାଘ ଯେପରି ଚାଲେ ସେହିଭଳି ଚାଲୁଛି   । କିନ୍ତୁ ପରିବେଶ କର୍ମୀ ଶୋଭାକର ବେହେରା ଦେଖିବା ପରେ ଏହା ଫିସିଂ କ୍ୟାଟ ଆଉ ଅତ୍ୟନ୍ତ ବିରଳ ଜାତୀୟ ଫିସିଂ କ୍ୟାଟ ବୋଲି କହିଛନ୍ତି । କିନ୍ତୁ ଲୋକେ ବୁଝିବାକୁ ନାରାଜ । ଅସ୍ତରଙ୍ଗ ବନ ବିଭାଗ ଏହି ଜନ୍ତୁକୁ ଠାବ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ   ।