କନକ ବ୍ୟୁରୋ: ମଦ ପିଇ ସ୍କୁଲ ଆସୁଥିବା ଶିକ୍ଷକଙ୍କୁ ସତର୍କ କରାଇଲେ ମନ୍ତ୍ରୀ। ଶିକ୍ଷକଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ। ସେମାନଙ୍କ ବିରୋଧରେ ବିଭାଗ ନେବ କଠୋରରୁ କଠୋର ପଦକ୍ଷେପ । ସେହିପରି ପିଲାଙ୍କୁ ସ୍କୁଲକୁ ନେଇ ଯାଉଥିବା ବସର ଡ୍ରାଇଭର ମଦ ପିଇ ଗାଡ଼ି ଚଳାଇଲେ ହେବ କାର୍ଯ୍ୟାନୁଷ୍ଠାନ । ଶିକ୍ଷକ ମାନେ ନିଶାମୁକ୍ତ ରହିବା ଏକାନ୍ତ ଆବଶ୍ୟକ। ଶିକ୍ଷାଦାନ କରୁଥିବା ଶିକ୍ଷକ ଯଦି ମଦ ପ୍ରତି ଆସକ୍ତ ରହିବେ ତାହା ଶିକ୍ଷା ଉପରେ ପ୍ରଭାବ ପକାଇବ। ବିଭାଗ ଏଥିପାଇଁ ପାଇଁ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ କରିବ। ଯଦି ମାତାଲ୍ ହୋଇ ଶିକ୍ଷକ ସ୍କୁଲରେ ରହୁଛନ୍ତି ଅଘଟଣ ଘଟିବାର ସମ୍ଭାବନା ରହୁଛି। ଶିକ୍ଷା ସହ ଯୋଡ଼ି ହୋଇଥିବା କୌଣସି ବ୍ୟକ୍ତି କିମ୍ବା ଏହାର ଆଖପାଖ ଅଞ୍ଚଳ ମଦ ମୁକ୍ତ ହେବା ଦରକାର। ପିଲାଙ୍କୁ ନେବା ଆଣିବା କରୁଥିବା ଗାଡ଼ିର ଚାଳକ ମଦ ପିଇବା ଦ୍ବାରା ଦୁର୍ଘଟଣା ଆଶଙ୍କା ବଢ଼ିଥାଏ। ତେଣୁ ବିଭାଗ କଡା ଆଭିମୁଖ୍ୟ ଗ୍ରହଣ କରିବ ବୋଲି ମନ୍ତ୍ରୀ କହିଛନ୍ତି।