ବିକଟାଳ ଶଦ୍ଦ କରି ଗାଡି ଚଲାଉଥିଲେ ହୁଅନ୍ତୁ ସାବଧାନ : କମିଶନରେଟ ପୋଲିସର ନୂଆ ନିୟମ ଆଦାୟ ହେବ ଜୋରିମାନ

ବିକଟାଳ ଶବ୍ଦ କରି ଗାଡ଼ି ଚଳାଉଥିବା ରୋଡ ରୋମିଓ ସାବଧାନ । ରାଜଧାନୀରେ ବାଇକ ଚାଳକଙ୍କୁ ସାବାଡ୍ କରିବ  କମିଶନରେଟ ପୋଲିସ । ଟ୍ବିନ ସିଟିରେ ଶବ୍ଦ ପ୍ରଦୂଷଣ କରୁଥିବା ବିକଟାଳ ହର୍ଣ୍ଣ ଗୁଡିକୁ ବାହାର କରୁଛି ପୋଲିସ

େୋୱ୍ୋ

େୋୱ୍ୋ Photograph: (KanakNews )

କନକବ୍ୟୁରୋ : ବିକଟାଳ ଶବ୍ଦ କରି ଗାଡ଼ି ଚଳାଉଥିବା ରୋଡ ରୋମିଓ ସାବଧାନ । ରାଜଧାନୀରେ ବାଇକ ଚାଳକଙ୍କୁ ସାବାଡ୍ କରିବ  କମିଶନରେଟ ପୋଲିସ । ଟ୍ବିନ ସିଟିରେ ଶବ୍ଦ ପ୍ରଦୂଷଣ କରୁଥିବା ବିକଟାଳ ହର୍ଣ୍ଣ ଗୁଡିକୁ ବାହାର କରୁଛି ପୋଲିସ ,   ଏପରି ବିକଟାଳ ଶବ୍ଦ କରି ଗାଡ଼ି ଚଳାଉଥିଲେ, କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି କମିଶନରେଟ ପୋଲିସ ।

ସେଥିପାଇଁ  ବିକଟାଳ ଶଦ୍ଧ ଓ ସ୍ପିଡ ବାଇକ ଚଲାଉଥିଲେ ହୁସିଆର । ଆକ୍ସନ ମୋଡରେ ବର୍ତ୍ତମାନ କମିଶନରେଟ ପୋଲିସ  । ଛକ ଛକରେ ଜଗଛି ପୋଲିସ୍ । କେଉଁ ସମୟରେ ବି ଝାମ୍ପି ନେବ ପୋଲିସ । ତେଣୁ ରୁହନ୍ତୁ ସର୍ତକ ରାସ୍ତାରେ ବିକଟାଳ ଶଦ୍ଦ କରି ଗାଡି ଚଲାଉଥିଲେ ହୋଇଯାଆନ୍ତୁ ସାବଧାନ ,  ଏଥିପାଇଁ କମିଶନରେଟ୍ ପୁଲିସ ସ୍ପେଶାଲ ଡ୍ରାଇଭ୍ ଚଳାଇଛି ।

ଯେଉଁ ଗାଡି ଗୁଡିକରେ ବିକଟାଳ ହର୍ଣ୍ଣ ବାଜୁଛି, ସେହି ଗାଡି ମାଲିକଙ୍କଠାରୁ ଆଦାୟ କରାଯାଉଛି ଜରିମାନା । ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଗତ କିଛି ଦିନ ହେଲା କମିଶନରେଟ୍ ପୋଲିସ ଏଭଳି ସ୍ପେଶାଲ ଡ୍ରାଇଭ୍ କରୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe