କନକବ୍ୟୁରୋ : ବିକଟାଳ ଶବ୍ଦ କରି ଗାଡ଼ି ଚଳାଉଥିବା ରୋଡ ରୋମିଓ ସାବଧାନ । ରାଜଧାନୀରେ ବାଇକ ଚାଳକଙ୍କୁ ସାବାଡ୍ କରିବ କମିଶନରେଟ ପୋଲିସ । ଟ୍ବିନ ସିଟିରେ ଶବ୍ଦ ପ୍ରଦୂଷଣ କରୁଥିବା ବିକଟାଳ ହର୍ଣ୍ଣ ଗୁଡିକୁ ବାହାର କରୁଛି ପୋଲିସ , ଏପରି ବିକଟାଳ ଶବ୍ଦ କରି ଗାଡ଼ି ଚଳାଉଥିଲେ, କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି କମିଶନରେଟ ପୋଲିସ ।
ସେଥିପାଇଁ ବିକଟାଳ ଶଦ୍ଧ ଓ ସ୍ପିଡ ବାଇକ ଚଲାଉଥିଲେ ହୁସିଆର । ଆକ୍ସନ ମୋଡରେ ବର୍ତ୍ତମାନ କମିଶନରେଟ ପୋଲିସ । ଛକ ଛକରେ ଜଗଛି ପୋଲିସ୍ । କେଉଁ ସମୟରେ ବି ଝାମ୍ପି ନେବ ପୋଲିସ । ତେଣୁ ରୁହନ୍ତୁ ସର୍ତକ ରାସ୍ତାରେ ବିକଟାଳ ଶଦ୍ଦ କରି ଗାଡି ଚଲାଉଥିଲେ ହୋଇଯାଆନ୍ତୁ ସାବଧାନ , ଏଥିପାଇଁ କମିଶନରେଟ୍ ପୁଲିସ ସ୍ପେଶାଲ ଡ୍ରାଇଭ୍ ଚଳାଇଛି ।
ଯେଉଁ ଗାଡି ଗୁଡିକରେ ବିକଟାଳ ହର୍ଣ୍ଣ ବାଜୁଛି, ସେହି ଗାଡି ମାଲିକଙ୍କଠାରୁ ଆଦାୟ କରାଯାଉଛି ଜରିମାନା । ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଗତ କିଛି ଦିନ ହେଲା କମିଶନରେଟ୍ ପୋଲିସ ଏଭଳି ସ୍ପେଶାଲ ଡ୍ରାଇଭ୍ କରୁଛି।