କନକବ୍ୟୁରୋ :  ଚା’ ଟିକେ ପଇଦେଲେ ମୁଡ୍ ରିଲାକ୍ସ ହୋଇଯିବା ସହ , ଦେହ କଡ଼କା ହୋଇଯାଏ  ।ଆଉ ଚା’ ନପିଇଲେ ମୁଣ୍ଡବିନ୍ଧା ହୁଏ ବୋଲି ଚା ପିଉଥିବା ଲୋକେ କୁହନ୍ତି । ଏଥିପାର୍ଇ ସେମାନେ ବିଭିନ୍ନ  ଫ୍ଲେବରର ଚା’ ଯେମିତିକି, କ୍ଷୀର ଚା, ଅଦା ଚା’, ଗୁଡ଼ ଚା’, ଲେମନ୍ ଟି, ଗ୍ରୀନ୍ ଟି ପିଇବାକୁ ପସନ୍ଦ କରନ୍ତି । ହେଲେ ଅନେକ ସମୟରେ ଏଇ ଚା’ ବି ସ୍ବାସ୍ଥ୍ୟ ବିଗାଡ଼ିଦିଏ ।   ଚା' ପତ୍ରରେ ଏପରି କିଛି ତତ୍ତ୍ୱ ରହିଛି ଯାହା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ସହିତ କ୍ୟାଫିନ, ଟ୍ୟାନିନ ଓ ମାଇକ୍ରୋ ମିନେରାଲ୍ସ ରହିଥାଏ । ଏହାକୁ ଅତ୍ୟଧିକ ମାତ୍ରାରେ ସେବନ କରିଲେ ଏହା ଶରୀର ପ୍ରତି ହାନିକାରକ ହୋଇଥାଏ । 

Advertisment

ଅମର ହୋଇଗଲେ ସମ୍ବର ସ୍ବାଇଁ : ମୃତ୍ୟୁ ପୂର୍ବରୁ ବୃକକ୍ ଓ ଫୁସ୍‌ଫୁସ୍ ଦାନ କରି କଲେ ଶେଷ ନିଶ୍ବାସ ତ୍ୟାଗ

ଚା' ପତ୍ରରେ ଟ୍ୟାନିନ ନାମକ ଏକ ଯୌଗିକ ଥାଏ । ଚା'ର ସ୍ବାଦ ଏହି ପଦାର୍ଥ ପାଇଁ କଷାଳିଆ ହୋଇଥାଏ । ଏହା ଶରୀରରେ ଆଇରନ ସଂଶ୍ଲେଷଣ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥାଏ । ଯଦି ଆପଣ ଖାଦ୍ୟ ସହିତ ଚା' ର ସେବନ କରୁଥାନ୍ତି, ତେବେ ଏପରି କରିବାରୁ ବର୍ତ୍ତିବା ବୁଦ୍ଧିମତ୍ତାର କାମ । ସେହିପରି ପ୍ରତି କପ୍ ବ୍ଲାକ ଚା'ରେ ୪୦-୬୦ମିଲିଗ୍ରାମ କ୍ୟାଫିନ ରହିଥାଏ । ଷ୍ଟ୍ରଙ୍ଗ ଗ୍ରୀନ୍ ଚା'ରେ ମଧ୍ୟ ଏହି ପାଖାପାଖି କ୍ୟାଫିନର ମାତ୍ରା ରହିଥାଏ  । ଯଦି ଆପଣ ଦୈନିକ ୪୦୦ ମିଲିଗ୍ରାମରୁ ଅଧିକ କ୍ୟାଫିନର ସେବନ କରୁଛନ୍ତି ତେବେ ଏହା ଆପଣଙ୍କ ହୃତସ୍ପନ୍ଦନକୁ ବଢ଼ାଇଥାଏ । ଏହା ସହିତ ହାତ ଥରିବା ଓ ନିଦ୍ରା ସଠିକ୍ ଭାବେ ନହେବା ଆଦି ଲକ୍ଷଣ ଦେଖା ଦେଇଥାଏ । 

ଅତ୍ୟଧିକ ଚା' ପିଇବା ଦ୍ବାରା ପାଚନ ସମ୍ବନ୍ଧୀୟ ଅସୁବିଧା ମଧ୍ୟ ଦେଖା ଦେଇଥାଏ । ଯାହା ଫଳରେ ଛାତିରେ ଜଳା ପୋଡା ଦେଖା ଦେଇଥାଏ । ଚା' ରେ ଥିବା କ୍ୟାଫିନ ଓ ଟ୍ୟାନିନ ପାଚନ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ । ଯାହା ଦ୍ବାରା ପେଟରେ ଗ୍ୟାସ୍ ସୃଷ୍ଟି ହୋଇଥାଏ । ସେହିପରି ଚା'ରେ ଉପସ୍ଥିତ କ୍ୟାଫିନ ମସ୍ତିଷ୍କରେ ଥିବା ଏଡିନୋସାଇନ ରିସେପ୍ଟରସଙ୍କୁ ବନ୍ଦ କରିଦିଏ । ଏହା ଦ୍ବାରା ଶରୀର ଏକ ଢାଞ୍ଚାରେ ପଡିଯାଏ ଓ ଚା' ପାଇଁ ଅଭ୍ୟସ୍ତ ହୋଇଯାଏ । ଏପରି ପରିସ୍ଥିତିରେ ବ୍ୟକ୍ତିକୁ ଚା' ପିଇବାକୁ ଅତ୍ୟଧିକ ଇଚ୍ଛା ହୋଇଥାଏ ଓ ଏପରି ଅଭ୍ୟାସକୁ ଛଡାଇବା କଷ୍ଟକର ହୋଇଯାଇଥାଏ ।

ଅତ୍ୟଧିକ ଚା' ପାନ ଦ୍ବାରା ଶରୀରରେ କ୍ୟାଫିନର ମାତ୍ରା ବୃଦ୍ଧି ପାଇଲେ ଏହା ଶରୀରରେ କ୍ୟାଲସିଅମ୍ ଉପରେ ବହୁ ନକାରାତ୍ମକ ପ୍ରଭାବ ପକାଇଥାଏ । 
ଅଧିକାଂଶ ଲୋକ ସକାଳ ଜଳଖିଆରେ ଚା ସହିତ ରୁଟି ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଏହି ଦୈନନ୍ଦିନ ଅଭ୍ୟାସ ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ। ଚା ସହିତ ରୁଟି ଖାଇବା ଦ୍ୱାରା ରକ୍ତରେ ଶର୍କରା ବୃଦ୍ଧି ପାଏ ଏବଂ ଫ୍ୟାଟି ଲିଭର ରୋଗର ସମସ୍ୟା ମଧ୍ୟ ସୃଷ୍ଟି ହୁଏ ।

ପରଟା, ପକୋଡ଼ା ଇତ୍ୟାଦି ସବୁଜ ପନିପରିବାରୁ ତିଆରି ଖାଦ୍ୟ ଖାଇବା ସହିତ ଚା ପିଇବା କ୍ଷତିକାରକ। ଉଭୟକୁ ଏକାଠି ଖାଇବା ଦ୍ୱାରା ଯକୃତ ଦ୍ୱାରା ହଜମ ହେବାରେ ଅସୁବିଧା ହୁଏ, ଯାହା ଦାରା ଆପଣଙ୍କର ପେଟ ସମସ୍ୟା ହୋଇପାରେ। କେବେ କେବେ ଚା’ ପିଇବେ ସିନା କିନ୍ତୁ ଏହାକୁ ଦୈନନ୍ଦୀନ ଅଭ୍ୟାସରେ ପକାଇବାରୁ ଦୂରେଇ ରହିବା ଭଲ ।