ସୁନା କିଣୁଥିଲେ ସାବଧାନ: ଠକୁଛନ୍ତି ସୁନାଦୋକାନୀ!

ଆପଣଙ୍କ ଘରେ ଥିବା ସୁନା ଅସଲି ତ? ଏଭଳି ସନ୍ଦେହକୁ ବଢ଼ାଇ ଦେଇଛି ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର। ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଗତ ୫ମାସରେ ୧୧୬ସୁନା ବ୍ୟବସାୟୀ ଗ୍ରାହକଙ୍କୁ ଠକିଥିବା ଜଣାପଡ଼ିଛି।

EFFE

କନକ ବ୍ୟରୋ: ଆପଣଙ୍କ ଘରେ ଥିବା ସୁନା ଅସଲି ତ? ଏଭଳି ସନ୍ଦେହକୁ ବଢ଼ାଇ ଦେଇଛି ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର। ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଗତ ୫ମାସରେ ୧୧୬ସୁନା ବ୍ୟବସାୟୀ ଗ୍ରାହକଙ୍କୁ ଠକିଥିବା ଜଣାପଡ଼ିଛି। କଟକ, ଭୁବନେଶ୍ବର ଓ ଗଞ୍ଜାମରେ ଏଭଳି ଠକେଇ ଅଧିକ ହେଉଛି। ପ୍ରଶ୍ନ ଉଠୁଛି, ସୁନା ଗହଣା ପାଇଁ ହଲମାର୍କ ବାଧ୍ୟତାମୂଳକ ହୋଇଥିବା ବେଳେ ଠକେଇ ପୁଣି ହେଉଛି କେମିତି?

ଗଣେଶ ପୂଜା ସହ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଆଗକୁ ଦଶହରା, ଦୀପାବଳି ସହ ବାହାଘର ସିଜିନ ।  ସୁନାଦୋକାନରେ ଗହଳି ଆରମ୍ଭ ହୋଇଯିବ ।  ସମସ୍ତେ ସୁନା କିଣିବାରେ ବ୍ୟସ୍ତ ରହିବେ । ତେବେ ଯେଉଁ ଜୁଏଲରୀ ଦୋକାନକୁ ଯାଉଛନ୍ତି ଟିକିଏ ହୁସିଆର ହୋଇଯାଆନ୍ତୁ ।  କାରଣ ସୁନା ଦୋକାନୀ କରୁଛନ୍ତି ହେରଫର । ଆଉ ହେରଫେର ନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ନଜର ପକାନ୍ତୁ ତଥ୍ୟ ଉପରେ 

-ଗତ ୫ ମାସ ମଧ୍ୟରେ ଯୋଗାଣ ବିଭାଗ ୩୧୨୫ ସୁନା ଦେକାନାରେ ରେଡ କରିଛି 
-ଏଥିରେ ୧୧୬ ବ୍ୟବସାୟୀ ଗ୍ରାହକଙ୍କୁ ଠକିଥିବା ନଜରକୁ ଆସିଛି 
-ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି
-୩ଲକ୍ଷ୧୩ ହଜାର ଫାଇନ ଆଦାୟ କରାଯାଇଛି
-କଟକ-ଭୁବନେଶ୍ବର ସହ ଗଂଜାମରେ ସର୍ବାଧିକ ଠକେଇର ଶୀକାର ହୋଇଛନ୍ତି ଗ୍ରାହକ
-ଗଞ୍ଜାମରେ ୧୭, କଟକରେ ୧୭ ଜଣ ବ୍ୟବସାୟୀ ଗ୍ରାହକୁଙ୍କୁ ଠକିଥିବା ନଜରକୁ ଆସିଛି
-ଖୋର୍ଧାରେ ୧୬ ଜଣ ବ୍ୟବସାୟୀ ଗ୍ରାହକଙ୍କୁ ଠକିଛନ୍ତି
-ଗତବର୍ଷ ୪୯୫ ବ୍ୟବସାୟୀ ଗ୍ରାହକଙ୍କୁ ଠକିଥିବା ନଜରକୁ ଆସିଛି
-ସେମାନଙ୍କ ଠାରୁ ୧୫ ଲକ୍ଷ୩୦ ହଜାର ଫାଇନ ଆଦାୟ ହୋଇଛି

ସେପଟେ ମନ୍ତ୍ରୀ କହିଛନ୍ତି, ଆଗକୁ ଆହକୁ ଧରପଗଡ ହେବ । କେଉଁ କେଉଁ ଦୋକାନୀ ଏହି ଠକେଇ କରିଛନ୍ତି ତାର ଖୁଲାସା କରିନାହାନ୍ତି ମନ୍ତ୍ରୀ । ଯଦି ସେହି ସୁନାଦେକାନୀଙ୍କ ତାଲିକା  ପ୍ରକାଶ ହୋଇଥାନ୍ତା, ତାହାହେଲେ ଗ୍ରାହକ ଆହୁରି ସତର୍କ ହୋଇପାରିଥାନ୍ତେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe