କନକ ବ୍ୟୁରୋ: କାର୍ଯ୍ୟସ୍ଥଳରେ ହ୍ୟାଣ୍ଡସେକ୍ ପାଇଁ ବାଧ୍ୟ କରିବା ଯୌନ ନିର୍ୟ୍ୟାତନା । ଏକ ମାମଲାର ଶୁଣାଣି କରି ଏହା କହିଛନ୍ତି ଚେନ୍ନାଇ ହାଇକୋର୍ଟ । ମହିଳା କର୍ମଚାରୀଙ୍କୁ କରମର୍ଦ୍ଦନ ପାଇଁ ବାଧ୍ୟ କରିବା ଏବଂ ଯେକୌଣସି ଅପ୍ରିୟ ବ୍ୟବହାର ଯୌନ ନିର୍ୟ୍ୟାତନା ବୋଲି ମାଡ୍ରାସ୍ ହାଇକୋର୍ଟ କହିଛନ୍ତି । ପୋସ୍ ଆଇନ ଅନୁଯାୟୀ, ଉତ୍ପୀଡ଼ନର ଶିକାର ହୋଇଥିବା ମହିଳାଙ୍କ ଅନୁଭୂତିକୁ ପୁରୁଷଙ୍କ ଉଦ୍ଦେଶ୍ୟ ଅପେକ୍ଷା ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ ବୋଲି ଜଷ୍ଟିସ୍ ଆର୍. ଏନ୍. ମଞ୍ଜୁଲା କହିଛନ୍ତି । ଯଦି ମହିଳା ଜଣକ କୌଣସି ଆଚରଣକୁ ଭଲ ଭାବରେ ଗ୍ରହଣ କରୁନାହାନ୍ତି ତେବେ ଏହା ଯୌନ ନିର୍ୟ୍ୟାତନାର ସଂଜ୍ଞା ମଧ୍ୟରେ ଯିବ ବୋଲି କହିଛନ୍ତି ।
ହ୍ୟାଣ୍ଡସେକ୍ କରିବାକୁ କହିଲେ ସାବଧାନ ! ଆସିପାରେ ଯୌନ ନିର୍ଯାତନା ଅଭିଯୋଗ
ଚେନ୍ନାଇ ହାଇକୋର୍ଟଙ୍କ ବଡ଼ ରାୟ । କାର୍ୟ୍ୟସ୍ଥଳରେ କରମର୍ଦ୍ଦନ ପାଇଁ ବାଧ୍ୟ କରିବା ଯୌନ ନିର୍ୟ୍ୟାତନା । ଅପ୍ରିୟ ବ୍ୟବହାର କଲେ ହେବ କଠୋର କାର୍ୟ୍ୟାନୁଷ୍ଠାନ ।
/kanak/media/media_files/2025/01/25/Za4UjiNDhwE1o0qOJnHP.jpg)