ବ୍ଲକ ଅଫିସରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ ; ବିଡିଓଙ୍କୁ ମାଡ ମାରିଲେ , ଧମକ ଦେଇ ଅଟକ ରଖିଲେ

Advertisment

ଜଗତସିଂହପୁର କୁଜଙ୍ଗ ବ୍ଲକ କାର୍ଯ୍ୟାଳୟରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ । ବିଡିଓଙ୍କୁ ମାଡ଼ ମାରି ଧମକ ଦେବା ସହ ଦୁଇ ଘଣ୍ଟା ଅଟକ ରଖିଥିବା ଅଭିଯୋଗ । ଥାନାରେ ଏତଲା ଦେଇ ସୁରକ୍ଷା ମାଗିଲେ ବିଡିଓ ।

ଜଗତସିଂହପୁର କୁଜଙ୍ଗ ବ୍ଲକ କାର୍ଯ୍ୟାଳୟରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ । ବିଡିଓଙ୍କୁ ମାଡ଼ ମାରି ଧମକ ଦେବା ସହ ଦୁଇ ଘଣ୍ଟା ଅଟକ ରଖିଥିବା ଅଭିଯୋଗ । ଥାନାରେ ଏତଲା ଦେଇ ସୁରକ୍ଷା ମାଗିଲେ ବିଡିଓ ।

BDO++++

କନକ ବ୍ୟୁରୋ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକ କାର୍ଯ୍ୟାଳୟରେ ତୁମୁଳ କାଣ୍ଡ । କୁଜଙ୍ଗ ବିଡିଓ ଦୀପକ ପ୍ରସାଦ ସ୍ୱାଇଁଙ୍କୁ କିଛି ବିଜେଡି ନେତା ଓ କର୍ମୀ ମାଡ଼ ମାରି ଧମକ ଦେଇଥିବା ଅଭିଯୋଗ । ଗୋଟେ ଘରେ ୨ ଘଣ୍ଟା ଭର୍ତ୍ତି କରି କବାଟ କିଳି ଦେଇଥିବା ଅଭିଯୋଗ ହୋଇଛି । ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ୨ ଘଣ୍ଟା ଧରି ଅଟକ ରହିବା ପରେ ବିଜେପି କର୍ମୀ ମାନେ ତାଙ୍କୁ ଉଦ୍ଧାର କରିଥିଲେ। 


ଆମକୁ କାହିଁକି କାମ ଦେଉନ ଏବଂ ଜେଇଙ୍କ ନାଁରେ କାହିଁକି କାର୍ୟ୍ୟାଦେଶ କରୁଛି ବୋଲି କହି ବିଡିଓଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ଆସିଛି। କୁଜଙ୍ଗ ବ୍ଲକ ଚେୟାରମ୍ୟାନ ଓ ଭାଇସ୍ ଚେୟାରମ୍ୟାନଙ୍କ ସମେତ ବିଜେଡି ସମର୍ଥିତ ୧୫ରୁ ଅଧିକ ଜନ ପ୍ରତିନିଧିଙ୍କ ନାଁରେ କୁଜଙ୍ଗ ଥାନାରେ ଏତଲା ଦେଇଛନ୍ତି ବିଡିଓ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe