ଏବେ ଭଙ୍ଗାଯିବନି ବୈକୁଣ୍ଠଧାମ ; ଆଶ୍ରମ ପ୍ଲଟ ନମ୍ବର ବିବାଦ ପରେ ବିଡିଏର ଘୋଷଣା

ଏବେ ଭାଙ୍ଗିବନି ଆତ୍ମଘୋଷିତ ବାବାଙ୍କ ଭୁବନେଶ୍ୱର ବୈକୁଣ୍ଠ ଧାମ । ଡିସେମ୍ବର ୧୨ ଯାଏଁ ଅନ୍ତରୀଣ ରହିତାଦେଶେ ଲଗାଇଲେ ହାଇକୋର୍ଟ  । ଆଶ୍ରମ ପ୍ଲଟ ନମ୍ବର ଓ ହାଇକୋର୍ଟ ନିର୍ଦ୍ଦେଶନାମାରେ ଲେଖାଥିବା ପ୍ଲଟ ନମ୍ବରକୁ ନେଇ ଦ୍ୱନ୍ଦ୍ୱ । ବିଡିଏ ଅଧିକାରୀ କହିଲେ । ତର୍ଜମା ପରେ ପରବର୍ତ୍ତୀ ପଦକ୍ଷେପ ।

3111111111

କନକ ବ୍ୟୁରୋ: ଆଜି ଭାଙ୍ଗିବନି ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ । ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ବୈକୁଣ୍ଠଧାମ ଆଶ୍ରମକୁ ନଭାଙ୍ଗିବାକୁ ହାଇକୋର୍ଟ ରହିତାଦେଶ ଦେଇଛନ୍ତି। ପରବର୍ତ୍ତୀ ଆଦେଶ ନଆସିବା ପର୍ଯ୍ୟନ୍ତ ଏହି ରହିତାଦେଶ ବଳବତ୍ତର ରହିବ। 

ପ୍ରଶାସନର ଆଶ୍ରମ ଭାଙ୍ଗିବା ନିଷ୍ପତ୍ତିକୁ ବିରୋଧ କରି ବୈକୁଣ୍ଠଧାମ କର୍ତ୍ତୃପକ୍ଷ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କୋର୍ଟ ଶୁଣାଣି କରି ଅନ୍ତରୀଣ ରହିତାଦେଶ ପ୍ରଦାନ କରିଛନ୍ତି । ତେବେ ଦ୍ୱନ୍ଦ୍ୱ ବଢ଼ାଇଛି ହାଇକୋର୍ଟଙ୍କ ନିର୍ଦ୍ଦେଶ । ବିବାଦୀୟ ବୈକୁଣ୍ଠଧାମ ଆଶ୍ରମର ପ୍ଲଟ ନମ୍ବର ୯୦୩୭,୯୦୩୮ ହୋଇଥିବାବେଳେ ହାଇକୋର୍ଟ ନିର୍ଦ୍ଦେଶରେ ଲେଖାଯାଇଛି ପ୍ଲଟ ନମ୍ବର ୧୨୧୫, ଯାହକୁ ନେଇ ଦ୍ୱନ୍ଦ୍ୱରେ ବିଡିଏ ଅଧିକାରୀ । ଗୁରୁବାର ସନ୍ଧ୍ୟାରେ ଉଚ୍ଛେଦ ପାଇଁ ବିଡିଏ କରିଥିଲା ଘୋଷଣା । ପ୍ଲଟ ନମ୍ବର ୯୦୩୭,୯୦୩୮ରେ ଥିବା ଘରକୁ ଭାଙ୍ଗିବା ପାଇଁ ହୋଇଥିଲା ଘୋଷଣା । ଏହାପରେ ଆସିଥିଲା ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ । ପ୍ଲଟ ନମ୍ବର ୧୨୧୫ରେ ହୋଇଥିବା ନିର୍ମାଣକୁ ନଭାଙ୍ଗିବା ପାଇଁ ଅନ୍ତରୀଣ ରହିତାଦେଶ ଦେଇଛନ୍ତି ହାଇକୋର୍ଟ । ଏପରିକି ବେଆଇନ ନିର୍ମାଣ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ପାଇଥିବା ବିଡିଏ ଅଧିକାରୀ ମଧ୍ୟ କୋର୍ଟ କପିକୁ ତର୍ଜମା କରି ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ଅନୁମାନ କରାଯାଉଛି। ତେଣୁ ଏହି ପ୍ଲଟକୁ ଛାଡ଼ି ଅନ୍ୟ ପ୍ଲଟରେ ଥିବା ବେଆଇନ ନିର୍ମାଣକୁ ଭଙ୍ଗାଯିବ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ବଢ଼ିଛି । 

ଭୁବନେଶ୍ୱର ଖଣ୍ଡଗିରିବାରିରେ ଥିବା ବୈକୁଣ୍ଠ ଧାମ ଆଶ୍ରମ ଆସନ୍ତାକାଲି ସକାଳୁ ଭାଙ୍ଗିବାକୁ ବିଡିଏ ଘୋଷଣା କରିଥିଲା। ଆଶ୍ରମ ଭିତରେ ଥିବା ଜିନିଷପତ୍ର ଖାଲି କରିବା ପାଇଁ ଡାକବାଜି ଯନ୍ତ୍ର ଯୋଗେ ସୂଚନା ଦିଆଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe