କନକ ବ୍ୟୁରୋ: ନିକଟରେ, ଡ୍ରିମ୍ ୧୧ ବିସିସିଆଇକୁ ଏକ ବଡ଼ ଝଟକା ଦେଇଥିଲା । ଅନଲାଇନ୍ ଗେମିଂ ବିଲ୍ ପାସ୍ ହେବା ପରେ ଏହା ଟିମ୍ ଇଣ୍ଡିଆର କିଟ୍ ପ୍ରାୟୋଜକତା ଛାଡିବାକୁ ନିଷ୍ପତ୍ତି ନେଇଥିଲା । ଏହି କାରଣରୁ, ଭାରତୀୟ ଖେଳାଳିମାନେ ଏସିଆ କପ୍ 2025ରେ କୌଣସି ପ୍ରାୟୋଜକ ବିନା ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବେ ।

Advertisment

ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ବିସିସିଆଇ ବର୍ତ୍ତମାନ ପ୍ରାୟୋଜକତା ସମ୍ବନ୍ଧୀୟ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରେ, କିନ୍ତୁ ଏହାର ଆର୍ଥିକ ସ୍ଥିତି ନିରନ୍ତର ମଜବୁତ ହେଉଛି । ରିପୋର୍ଟ ଅନୁଯାୟୀ, ଗତ ପାଞ୍ଚ ବର୍ଷ ମଧ୍ୟରେ ବିସିସିଆଇର ରୋଜଗାର ୧୪,୬୨୭ କୋଟି ଟଙ୍କା ବୃଦ୍ଧି ପାଇଛି । କେବଳ ୨୦୨୩-୨୪ ରେ, ବିସିସିଆଇ ୪,୧୯୩ କୋଟି ଟଙ୍କା ରୋଜଗାର କରିଥିଲା ।

ଆୟରେ ରେକର୍ଡ ଭାଙ୍ଗିଛି ବିସିସିଆଇ । ଦୁନିଆର ସବୁଠୁ ଧନୀ କ୍ରିକେଟ ବୋର୍ଡ ଆକାଶ ଛୁଆଁ ଆୟ କରିଛି । ନଜର ପକାଇବା କିଛି ତଥ୍ୟ ଉପରେ ।
ବିସିସିଆଇର ବଡ଼ ରେକର୍ଡ

କ୍ରିକେଟ ବୋର୍ଡର ବମ୍ପର ଆୟ
-ବିସିସିଆଇର ଆୟ ୫ ବର୍ଷରେ ୧୪ ହଜାର ୬୨୭ କୋଟି ଟଙ୍କା ବୃଦ୍ଧି 
-ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ- ବିସିସିଆଇର ଆର୍ଥିକ ରିପୋର୍ଟରେ ପ୍ରକାଶ
-୨୦୧୯ରେ ୬ ହଜାର ୫୯ କୋଟି ଟଙ୍କାର ନଗଦ ଏବଂ ବ୍ୟାଙ୍କ ବାଲାନ୍ସ ଥିଲା
-୨୦୨୩-୨୪ ଆର୍ଥିକ ବର୍ଷରେ ୨୦ ହଜାର ୬୮୬ କୋଟି ଟଙ୍କାରେ ପହଞ୍ଚିଛି
-୫ ବର୍ଷରେ ୧୪ ହଜାର ୬୨୭ କୋଟି ଟଙ୍କାର ବୃଦ୍ଧି  ପାଇଛି 
-ଗତ ଆର୍ଥିବର୍ଷରେ ବୃଦ୍ଧି ପାଇଛି ୪ ହଜାର ୧୯୩ କୋଟି ଟଙ୍କା 
-ମିଡିଆ ରାଇଟ୍ସ୍ ଆୟରେ କମି ଥିଲେ ମଧ୍ୟ, ସମୁଦାୟ ଆୟ ଭଲ  ରହିଛି
-୨୦୨୩-୨୪ରେ ୩ ହଜାର ୧୫୦ କୋଟି ଟଙ୍କାର ଆୟକର ରହିଛି 
-୨୮ ସେପ୍ଟେମ୍ବରରେ ଏଜିଏମରେ ନୂତନ ରିପୋର୍ଟ ଉପସ୍ଥାପନ ହେବ
-ଆଇପିଏଲ ଆୟ ବୃଦ୍ଧି ପାଇଛି
୨୦୨୩-୨୪ରେ ଆଇପିଏଲ ଏବଂ ଆଇସିସିରୁ ମିଳିଥିବା ଟଙ୍କାରେ ବିସିସିଆଇର ଲାଭବାନ
୧୬୨୩.୦୮ କୋଟିର ଅତିରିକ୍ତ ଲାଭ ରହିଛି।