ରୋହିତ ଶର୍ମାଙ୍କ ଅବସର ପାଇଁ BCCIର ପ୍ଲାନ୍‌ ! ବ୍ରୋଙ୍କ ଟେଷ୍ଟ୍‌ ଦେଇ ପାରିବେ ତ ହିଟ୍‌ମ୍ୟାନ୍‌ ?

Advertisment

ବର୍ତ୍ତମାନ ଏହି ବ୍ରୋଙ୍କୋ ଟେଷ୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ କ୍ରିକେଟର ମନୋଜ ତିୱାରୀ । ସେ କହିଛନ୍ତି, "ମୁଁ ଭାବୁଛି ବିରାଟ କୋହଲିଙ୍କୁ ୨୦୨୭ ବିଶ୍ୱକପରୁ ବାହାର କରିବା କଷ୍ଟକର ହେବ, କିନ୍ତୁ ମୋର ସନ୍ଦେହ ହେଉଛି ଯେ ରୋହିତ ଶର୍ମାଙ୍କୁ ବିଶ୍ୱକପରୁ ବାଦ ଦେବାକୁ ଯୋଜନା କରାଯାଉଛି ।"

ବର୍ତ୍ତମାନ ଏହି ବ୍ରୋଙ୍କୋ ଟେଷ୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ କ୍ରିକେଟର ମନୋଜ ତିୱାରୀ । ସେ କହିଛନ୍ତି, "ମୁଁ ଭାବୁଛି ବିରାଟ କୋହଲିଙ୍କୁ ୨୦୨୭ ବିଶ୍ୱକପରୁ ବାହାର କରିବା କଷ୍ଟକର ହେବ, କିନ୍ତୁ ମୋର ସନ୍ଦେହ ହେଉଛି ଯେ ରୋହିତ ଶର୍ମାଙ୍କୁ ବିଶ୍ୱକପରୁ ବାଦ ଦେବାକୁ ଯୋଜନା କରାଯାଉଛି ।"

Rohit Sharma

କନକ ବ୍ୟୁରୋ: ୨୦୨୭ରେ ଖେଳାଯିବ ଦିନିକିଆ ବିଶ୍ୱକପ୍‌ । ସେତେବେଳକୁ  କ୍ୟାପ୍ଟେନ୍ ରୋହିତ ଶର୍ମାଙ୍କ ବୟସ ୪୦ ବର୍ଷରୁ ଅଧିକ ହୋଇଯାଇଥିବ । ଏହାରି ଭିତରେ ନିକଟରେ ବିସିସିଆଇ ବ୍ରୋଙ୍କୋ ଟେଷ୍ଟ ଆରମ୍ଭ କରିଛି । ଯାହାକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ କ୍ରିକେଟର । ପୂର୍ବତନ କ୍ରିକେଟରଙ୍କ ମତରେ କେବଳ ରୋହିତ ଶର୍ମାଙ୍କୁ ଅବସର ନେବାକୁ ବାଧ୍ୟ କରିବାକୁ ଏହି ପଦକ୍ଷେପ ନେଇଛି ବିସିସିଆଇ । ଇଂଲଣ୍ଡରେ ଟେଷ୍ଟ ସିରିଜ୍ ସମୟରେ ଅନେକ ଖେଳାଳି ଫିଟ୍‌ନେସ୍‌ ସମସ୍ୟାରେ ଯୁଝି ହୋଇଥିଲେ । ଖାସ୍ କରି ଫାଷ୍ଟ ବୋଲରଙ୍କ ଫିଟ୍‌ନେସ ସମସ୍ୟା ପରେ ବ୍ରୋଙ୍କ ଟେଷ୍ଟ ଆରମ୍ଭ କରାଯାଇଥିଲା । ଏହା ଜଣେ ଖେଳାଳିଙ୍କ ଫିଟ୍‌ନେସ୍‌ ଆସେସ୍‌ମେଣ୍ଟ ଟେଷ୍ଟ ।

ବର୍ତ୍ତମାନ ଏହି ବ୍ରୋଙ୍କୋ ଟେଷ୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ କ୍ରିକେଟର ମନୋଜ ତିୱାରୀ । ସେ କହିଛନ୍ତି, "ମୁଁ ଭାବୁଛି ବିରାଟ କୋହଲିଙ୍କୁ ୨୦୨୭ ବିଶ୍ୱକପରୁ ବାହାର କରିବା କଷ୍ଟକର ହେବ, କିନ୍ତୁ ମୋର ସନ୍ଦେହ ହେଉଛି ଯେ ରୋହିତ ଶର୍ମାଙ୍କୁ ବିଶ୍ୱକପରୁ ବାଦ ଦେବାକୁ ଯୋଜନା କରାଯାଉଛି । ମୁଁ ଭାରତୀୟ କ୍ରିକେଟରେ ସମସ୍ତ ଗତିବିଧିକୁ ଅତି ନିକଟରୁ ବିଶ୍ଳେଷଣ କରେ, କିଛି ଦିନ ପୂର୍ବରୁ ହିଁ ଆରମ୍ଭ ହୋଇଥିବା ବ୍ରୋଙ୍କୋ ଟେଷ୍ଟ ରୋହିତ ଶର୍ମାଙ୍କ ଭଳି ଖେଳାଳି ପାଇଁ ହିଁ ଉଦ୍ଦିଷ୍ଟ । ଯେଉଁମାନେ ଭବିଷ୍ୟତରେ ଟିମ୍‌ର ଅଂଶ ହେବାକୁ ଚାହୁନାହାଁନ୍ତି ସେହିମାନଙ୍କ ପାଇଁ ବ୍ରୋଙ୍କୋ ଟେଷ୍ଟ ଉଦ୍ଦିଷ୍ଟ ।"


  
ଗୌତମ ଗମ୍ଭୀର ଭାରତୀୟ ଦଳର ମୁଖ୍ୟ କୋଚ୍‌ ହେବା ପରେ ଏବେ କାହିଁକି ବ୍ରୋଙ୍କୋ ଟେଷ୍ଟ ଆରମ୍ଭ ହୋଇଛି ? ନିଶ୍ଚିତ ଭାବରେ, ଏହାର ସିଧାସଳଖ ଉତ୍ତର ହେଉଛି ଯେ ଟିମ୍ ଇଣ୍ଡିଆର ନୂତନ ଷ୍ଟ୍ରେନ୍ଥ ଏବଂ କଣ୍ଡିସନିଂ କୋଚ୍ ଏଡ୍ରିଆନ୍ ଲେ ରକ୍ସ ଜୁନ୍ ମାସରେ ଦଳରେ ଯୋଗ ଦେଇଥିଲେ ଏବଂ ସେ ଦଳରେ ଆସିବା ପରେ ଏହାକୁ ଆରମ୍ଭ କରିଛନ୍ତି । ୨୦୧୧ରେ ମଧ୍ୟ ସିନିୟର ଖେଳାଳିଙ୍କୁ ବାଦ୍‌ ଦେବାକୁ ୟୋୟୋ ଟେଷ୍ଟ ଆରମ୍ଭ କରାଯାଇଥିଲା ବୋଲି କହିଛନ୍ତି ମନୋଜ ତିୱାରୀ । ଏହି ପୂର୍ବତନ କ୍ରିକେଟରଙ୍କ ସଙ୍ଗୀନ ଅଭିଯୋଗ ବା ପୂର୍ବାନୁମାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହେଲାଣି । ମୋଟାମୋଟି ଭାବରେ କହିବାକୁ ବ୍ରୋଙ୍କୋ ଟେଷ୍ଟର ପ୍ରଭାବ ସିଧାସଳଖ ବରିଷ୍ଠ ଖେଳାଳିଙ୍କ ଉପରେ ପଡ଼ିବ ବୋଲି କହିଛନ୍ତି ମନୋଜ ତିୱାରୀ । ଏହି ପୂର୍ବତନ କ୍ରିକେଟରଙ୍କ ଉପରେ କି ପ୍ରତିକ୍ରିୟା ଦେଉଛି ଏବଂ ରୋହିତ ଶର୍ମାଙ୍କ ଭଳି ଖେଳାଳିମାନଙ୍କ ଉପରେ ଏହାର କି ପ୍ରଭାବ ପଡୁଛି ତାହା ଦେଖିବା ରୋଚକ ହେବ ।

ସେପଟେ ରୋହିତ ଶର୍ମାଙ୍କ କଥା କହିଲେ ସେ ଗତ ବର୍ଷ ଭାରତକୁ ଟି-ଟ୍ୱେଣ୍ଟି ଚାମ୍ପିୟନ କରାଇଥିଲେ । ଏହାପରେ ସେ କ୍ରିକେଟର ଛୋଟ ଫର୍ମାଟ୍‌ରୁ ଅବସର ଘୋଷଣା କରିଥିଲେ । ଏହାପରେ ଅଷ୍ଟ୍ରେଲିଆ ବିପକ୍ଷରେ ନିରାଶାଜନକ ପ୍ରଦର୍ଶନ କରିଥିଲେ । ଇଂଲଣ୍ଡ ଗସ୍ତ ପୂର୍ବରୁ ଉଭୟ ବିରାଟ କୋହଲି ଓ ରୋହିତ ଶର୍ମାକୁ ଅଲବିଦା କହିଥିଲେ । ଏବେ ଏହି ଦୁଇ କିମ୍ବଦନ୍ତୀ ଖେଳାଳି ଦିନିକିଆ ଖେଳୁଥିବା ନଜର ଆସିବେ । କିନ୍ତୁ ବ୍ରୋଙ୍କୋ ଟେଷ୍ଟରେ ରୋହିତ ଶର୍ମା କିଭଳି ପାସ୍‌ ହେବେ ତାହାରି ଉପରେ ରହିବ ନଜର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe