କନକ ବ୍ୟୁରୋ: ଆଗାମୀ ଦୁଲିପ ଟ୍ରଫି ପାଇଁ ଦକ୍ଷିଣାଞ୍ଚଳ ଦଳରେ ଖେଳାଳୀ କେଏଲ ରାହୁଲ, ମହମ୍ମଦ ସିରାଜ, ୱାଶିଂଟନ ସୁନ୍ଦର,ସାଇ ସୁନ୍ଦରର୍ଶନ, ପ୍ରସିଦ୍ଧ କ୍ରିଷ୍ଣାଙ୍କ ସାମିଲ କରାନଯିବାରୁ ବିସିସିଆଇ ଅସନ୍ତୋଷ ପ୍ରକାଶ କରିଛି । ଅନ୍ତର୍ଜାତୀୟ ଖେଳ ନହେଉଥିବା ସମରେ ସମସ୍ତ ବିସିଆଇ ଚୁକ୍ତିବନ୍ଧ ଖେଳାଳିମାନେ ଘରୋଇ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ବୋର୍ଡ ନିର୍ଦ୍ଦେଶ ଦେଇଛି । ଏହି ସର୍ମ୍ପକରେ ବିସିସିଆଇ ସମ୍ପୃକ୍ତ ରାଜ୍ୟ କ୍ରିକେଟ ଆସୋସିଏସକୁ ଚିଠି ଲେଖିଛନ୍ତି । ତେବେ ଦକ୍ଷିଣାଞ୍ଚଳର ଖେଳାଳୀ ତାଲିକା ଘୋଷଣା ହୋଇସାରିଥିବାରୁ ଏବେ ଉପରୋକ୍ତ ଖେଳାଳୀମାନଙ୍କୁ ସାମିଲ କରାଯିବାକୁ ନେଇ କୌଣସି ସ୍ପଷ୍ଟତା ମିଳିପାରିନାହିଁ ।