କନକ ବ୍ୟୁରୋ: ନାଗପୁରର ଭିସିଏ ଷ୍ଟାଡିୟମ୍ରେ ଆୟୋଜିତ ବିସିସିଆଇ ୧୫ବର୍ଷରୁ କମ୍ ବାଳିକା ଦିନିକିଆ ଏଲିଟ୍-ସି ମ୍ୟାଚ୍ରେ ଓଡ଼ିଶା ୭ ୱିକେଟ୍ରେ ଜମ୍ମୁ କାଶ୍ମୀରକୁ ପରାସ୍ତ କରିଛି । ଶନିବାରର ଏହି ଲୋ ସ୍କୋରିଂ ମ୍ୟାଚ୍ରେ ଜମ୍ମୁ କାଶ୍ମୀର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ତେବେ ଓଡ଼ିଶା ବୋଲର୍ ଅନ୍ୱେଷା ସ୍ୱାଇଁ ଓ ରୋମି ପ୍ରଲିପ୍ତା ମଲ୍ଲିକଙ୍କ ଶାଣିତ ବୋଲିଂର ସମ୍ମୁଖୀନ ହୋଇ ନପାରି ୩୪.୧ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୧୭ ରନ୍ କରିଥିଲା । ଜମ୍ମୁ କାଶ୍ମୀର ପକ୍ଷରୁ ସର୍ବାଧିକ ୨୮ ରନ୍ କରିଥିଲେ। ଅନ୍ୱେଷା ୧୬ ରନ୍ ଦେଇ ୪ ଏବଂ ରୋମି ପ୍ରଲିପ୍ତା ୨୧ ରନ୍ ଖର୍ଚ୍ଚ କରି ୨ ୱିକେଟ୍ ନେଇଥିଲେ । ଜବାବରେ ଓଡ଼ିଶା ୨୬.୪ ଓଭରରେ ମାତ୍ର ୩ ୱିକେଟ୍ ହରାଇ ୧୧୮ ରନ୍ କରିବା ସହ ଏକପ୍ରକାର ସହଜ ବିଜୟ ହାସଲ କରିଥିଲା । ଅନ୍ୱେଷା ସ୍ୱାଇଁ ମାତ୍ର ୪୭ ରନ୍ର ଅପରାଜିତ ପାଳି ଖେଳିଥିଲେ । ସେହିଭଳି ଚିରଶ୍ରୀ ରାଉତ ୭୮ ବଲ୍ରୁ ୪୦* ରନ୍ର ପାଳି ଖେଳିଥିଲେ ।
୧୫ବର୍ଷରୁ କମ୍ ଜାତୀୟ ବାଳିକା ଦିନିକିଆ: ଓଡ଼ିଶା ୭ ୱିକେଟ୍ରେ ଜମ୍ମୁ କାଶ୍ମୀରକୁ ହରାଇଲା
Advertisment
Follow Us