କନକ ବ୍ୟୁରୋ: ଭାରତୀୟ ପୁରୁଷ ଓ ମହିଳା ଦୃଷ୍ଟିବାଧିତ କ୍ରିକେଟ୍ ଦଳର ଉଲ୍ଲେଖନୀୟ ସଫଳତା ପରେ ବିସିସିଆଇ ସମର୍ଥନ ଓ ସହଯୋଗର ହାତ ବଢ଼ାଇଛି। ଏଣିକି ଦେଶର ଦୃଷ୍ଟିବାଧିକ କ୍ରିକେଟର୍ମାନଙ୍କୁ ବିଶ୍ବର ସବୁଠାରୁ ଧନି କ୍ରିକେଟ୍ ସଂଘ ବିସିସିଆଇ ‘ବ୍ୟବସ୍ଥିତ ସହଯୋଗ’ କରିବ ବୋଲି ଶନିବାର ରାତିରେ ଘୋଷଣା କରିଛି। ଏହି ସମର୍ଥନ ମଧ୍ୟରେ ଅନ୍ତର୍ଜାତୀୟ ଏକ୍ସପୋଜର୍, ଘରୋଇ ଶୃଙ୍ଖଳାର ବ୍ୟବସ୍ଥା ଓ ବିସିସିଆଇ ଅନୁବଂଧିତ ପଡ଼ିଆକୁ ବ୍ୟବହାର ଅନୁମତି ମିଳିବ।
ଆହୁରି ପଢ଼ନ୍ତୁ... ଭାରତ-ଦକ୍ଷିଣ ଆଫ୍ରିକା ମହାମୁକାବିଲା ଆଜି , ଅହମ୍ମଦାବାଦରେ ରୋମାଞ୍ଚକର ମ୍ୟାଚ୍ ଆଶା
ଭାରତରେ ଦୃଷ୍ଟିବାଧିକ କ୍ରିକେଟ୍ର ପରିଚାଳନା ଦାୟିତ୍ବ ଏବେ କ୍ୟାବି (କ୍ରିକେଟ୍ ଆସୋସିଏସନ୍ ଫର୍ ଦ ବ୍ଲାଇଣ୍ଡ୍ ଇନ୍ ଇଣ୍ଡିଆ) ଅଧିନରେ ରହିଛି। ବିସିସିଆଇର ସମର୍ଥନ ମିଳିବା ପରେ ଏବେ ଭାରତୀୟ ପୁରୁଷ ଓ ମହିଳା ଦୃଷ୍ଟିବାଧିତ କ୍ରିକେଟ୍ ଦଳ ବିଶ୍ବସ୍ତରରେ ଅଧିକ ସଫଳତା ପାଇବାରେ ସକ୍ଷମ ହେବ ବୋଲି ବିଶ୍ବାସ କରାଯାଉଛି। ଅବଶ୍ୟ ଭାରତୀୟ ପୁରୁଷ ଦୃଷ୍ଟିବାଧିତ ଦଳ ଏକାଧିକ ଥର ବିଶ୍ବକପ୍ ଜିତିଥିବାବେଳେ ୨୦୨୫ରେ ଭାରତୀୟ ଦୃଷ୍ଟିବାଧିତ ମହିଳା ଦଳ ପ୍ରଥମ ସଂସ୍କରଣ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିଥିଲା। ବିସିସିଆଇର ନୂଆ ପ୍ରୟାସରେ ବର୍ଷକୁ ଉଭୟ ଦଳକୁ ଥରେ ଲେଖାଏଁ ବିଦେଶ ପ୍ରତିଯୋଗିତାରେ ଅଂଶଗ୍ରହଣ ସହିତ ଭାରତରେ କୌଣସି ଦ୍ବିପାକ୍ଷିକ ଶୃଙ୍ଖଳା ଆୟୋଜିତ ହେଲେ ସେମାନଙ୍କ ରହଣି ବ୍ୟବସ୍ଥା କରିବ।
ସେହିଭଳି ଘରୋଇ ଓ ଅନ୍ତର୍ଜାତୀୟ ଖେଳସୂଚୀ ସମୟରେ ବିସିସିଆଇ ଅନୁବଂଧିତ ସଂଘର ଷ୍ଟାଡିୟମ୍ ଓ ପଡ଼ିଆକୁ ବ୍ୟବହାର ପାଇଁ ମଧ୍ୟ ଅନୁମତି ମିଳିବ। ବିସିସିଆଇ ସଭାପତି ମିଥୁନ ମାନହସ କହିଛନ୍ତି ‘ଦେଶର ଦୃଷ୍ଟିବାଧିକ କ୍ରିକେଟର୍ମାନେ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର କାରଣ। କ୍ରିକେଟ୍ର ସମଗ୍ର ବିକାଶ ପାଇଁ ବିସିସିଆଇ ସଙ୍କଳ୍ପବଦ୍ଧ ରହିଛି। ଭବିଷ୍ୟତରେ ମଧ୍ୟ କ୍ୟାବି ସହିତ ହାତ ମିଳାଇ କାମ କରିବ’।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/22/blind-cricket-2026-02-22-13-05-22.jpg)