ମାଷ୍ଟରବ୍ଲାଷ୍ଟର ସଚ୍ଚିନଙ୍କୁ ବିସିସିଆଇ ସମ୍ମାନ ; ମୁମ୍ବାଇରେ ହେବେ ସମ୍ମାନିତ

 ମାଷ୍ଟରବ୍ଲାଷ୍ଟରଙ୍କୁ ବଡ଼ ସମ୍ମାନ ।  ପୂର୍ବତନ କ୍ରିକେଟର୍ ସଚିନ ଦେନ୍ଦୁଲକରଙ୍କୁ ବିସିସିଆଇର ଲାଇଫ୍ ଟାଇମ୍ ଆଚିଭମେଂଟ୍ ଆୱାର୍ଡ୍ । କାଲି ମୁମ୍ବାଇରେ ହେବେ ସମ୍ମାନିତ

sachin

sachin Photograph: (kanakNews)

କନକ ବ୍ୟୁରୋ: ଭାରତର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନିତ କରାଯିବ । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିଜର ବାର୍ଷିକ ସମାରୋହରେ ଏହି ଆୱାର୍ଡ ପ୍ରଦାନ କରିବ । ତେବେ ସଚ୍ଚିନ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ କରିଥିବା ଖେଳାଳି ଅଟନ୍ତି।  ଟେଷ୍ଟ ଓ ଏକଦିବସୀୟ ଫର୍ମାଟରେ ନିଜ ନାମରେ ଅନେକ ରେକର୍ଡ ମଧ୍ୟ ହାସଲ କରିଛନ୍ତି । ସଚିନ ଏକଦିବସୀୟ ମ୍ୟାଚ୍‌ରେ ୪୯ ଶତକ ଏବଂ ୯୬ ଅର୍ଦ୍ଧଶତକ ସହିତ ୧୮,୪୨୬ ରନ୍ ଏବଂ ଟେଷ୍ଟରେ ୫୧ ଶତକ ଏବଂ ୬୮ ଅର୍ଦ୍ଧଶତକ ସହିତ ୧୫,୯୨୧ ରନ୍ କରିଛନ୍ତି। ୫୧ ବର୍ଷୀୟ ସଚିନ ଭାରତ ପାଇଁ ୬୬୪ଟି ମ୍ୟାଚ୍ ଖେଳି ୩୪,୩୫୭ ରନ କରିଥିଲେ । ଏଥିରେ ୧୦୦ଟି ଶତକ ଏବଂ ୧୬୪ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe