କନକ ବ୍ୟୁରୋ : ଆକ୍ସନ ମୁଡରେ ବିସିସିଆଇ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜରେ ଭାରତର ଶୋଚନୀୟ ପରାଜୟ ପରେ ଆକ୍ସନ ମୁଡକୁ ଆସିଛି ବିସିସିଆଇ । କୋଚ ଗ୍ୟୈତମ ଗମ୍ଭୀରଙ୍କୁ ପରାଜୟର କାରଣ ପଚାରିବ ବିସିସିଆଇ । ରୋହିତ ଶର୍ମାଙ୍କ ନେତୃତ୍ତ୍ବରେ ଭାରତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୩-୦ରେ ପରାଜୟ ବରଣ କରିଥିଲା ଏବେ ଏହି ପରାଜୟର କାରଣ ଖୋଜା ଚାଲିଛି । ଟେଷ୍ଟରେ ବେଷ୍ଟ କହୁଯାଉଥିବା ଟିମ୍ ଇଣ୍ଡିଆ ଘରୋଇ ମାଟିରେ ଏପରି ଚିଟପଟାଙ୍ଗ ହେବ କେହି କେବେ ଭାବିନଥିଲେ ।
ଆକ୍ସନ ମୋଡରେ ବିସିସିଆଇ, ଜବାବ ଦେବେ କୋଚ
ସିରିଜ ପରାଜୟପରେ ବିସିସିଆଇ କୋଚ ଗମ୍ଭୀରଙ୍କୁ ପରାଜୟର କାରଣ ପଚାରିବ
ଚାରିମାସ ପୂର୍ବରୁ ଗମ୍ଭୀରଙ୍କୁ ମୁଖ୍ୟକୋଚ ଭାବେ ନିଯୁକ୍ତି ଦେଇଥିଲା ବିସିସିଆଇ
ବର୍ଡର-ଗାଭାସ୍କର ଟ୍ରଫି ଟିମ୍ ଚୟନ ବେଳେ ଗମ୍ଭୀରଙ୍କୁ ବୈଠକରେ ଅନୁମତି ମିଳିଥିଲା
କିନ୍ତୁ ଆଗକୁ ଏହି ବୈଠକରେ ଭିନ୍ନ ସ୍ଥିତି ଦେଖିବାକୁ ମିଳିପାରେ
ଗମ୍ଭୀର କୋଚ ହେବା ପରେ ଭାରତ ୨୭ବର୍ଷ ପରେ ଶ୍ରୀଲଙ୍କା ଠାରୁ ଦିନିକିଆ ସିରିଜରେ ପରାଜୟ ବରଣ କରିଥିଲା
ସ୍ପିନରଙ୍କୁ ଖେଳିବାରେ ବିଫଳ ଟିମ ଇଣ୍ଡିଆର ଟପ-ଅର୍ଡର
ମୁମ୍ବାଇ ଟେଷ୍ଟ ପରାଜୟରେ କୋଚଙ୍କ ରଣନିତୀକୁ ନେଇ ଉଠିଛି ପ୍ରଶ୍ନ
ସିରାଜଙ୍କୁ ନାଇଟ ୱାଚମାନ ଭାବେ ପଠାଇବା ପଛରେ କାହାର ରହିଥିଲା ହାତ
ବ୍ୟାଟର ସରର୍ଫରାଜଙ୍କୁ ପ୍ରଥମ ଇନିଙ୍ଗସରେ ୮ନମ୍ବରରେ କାହିଁକି ପଠାଗଲା
Follow Us