ଆଇପିଏଲ୍ ନିଲାମ: ହଜାରେରୁ ଅଧିକ ଖେଳାଳିଙ୍କ ନାଁ କାଟିଲା ବିସିସିଆଇ

Advertisment

ଆଇପିଏଲ ମିନି ନିଲାମ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିସିସିଆଇ ଆଗାମୀ ମିନି-ନିଲାମ ପାଇଁ ପଞ୍ଜିକୃତ ଥିବା ପ୍ରାୟ ୧,୦୦୦ ଖେଳାଳିଙ୍କୁ ବାଦ୍ ଦେଇଛି । ଯାହାକି ସମସ୍ତଙ୍କୁ ଚମକାଇ ଦେଇଛି । ସମସ୍ତଙ୍କ କହିବା କଥା, ଏତେ ସଂଖ୍ୟାରେ ଖେଳାଳିଙ୍କୁ କାହିଁକି ନିଲାମ ପ୍ରକ୍ରିୟାରୁ ବାଦ୍ ଦିଆଗଲା?

ଆଇପିଏଲ ମିନି ନିଲାମ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିସିସିଆଇ ଆଗାମୀ ମିନି-ନିଲାମ ପାଇଁ ପଞ୍ଜିକୃତ ଥିବା ପ୍ରାୟ ୧,୦୦୦ ଖେଳାଳିଙ୍କୁ ବାଦ୍ ଦେଇଛି । ଯାହାକି ସମସ୍ତଙ୍କୁ ଚମକାଇ ଦେଇଛି । ସମସ୍ତଙ୍କ କହିବା କଥା, ଏତେ ସଂଖ୍ୟାରେ ଖେଳାଳିଙ୍କୁ କାହିଁକି ନିଲାମ ପ୍ରକ୍ରିୟାରୁ ବାଦ୍ ଦିଆଗଲା?

ipl auction

ipl auction Photograph: (kanak news)

କନକ ବ୍ୟୁରୋ: ଆଇପିଏଲ ମିନି ନିଲାମ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିସିସିଆଇ ଆଗାମୀ ମିନି-ନିଲାମ ପାଇଁ ପଞ୍ଜିକୃତ ଥିବା ପ୍ରାୟ ୧,୦୦୦ ଖେଳାଳିଙ୍କୁ ବାଦ୍ ଦେଇଛି । ଯାହାକି ସମସ୍ତଙ୍କୁ ଚମକାଇ ଦେଇଛି । ସମସ୍ତଙ୍କ କହିବା କଥା, ଏତେ ସଂଖ୍ୟାରେ ଖେଳାଳିଙ୍କୁ କାହିଁକି ନିଲାମ ପ୍ରକ୍ରିୟାରୁ ବାଦ୍ ଦିଆଗଲା? ହେଲେ ମିଳିଥିବା ସୂଚନା ମୁତାବକ, ନିଲାମରେ ଖେଳାଳିଙ୍କ ଭିଡ଼କୁ କମ କରିବା ଏବଂ ନିଲାମ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ବୋର୍ଡ ଏହି ପଦକ୍ଷେପ ନେଇଛି। ବୋର୍ଡ ନିଲାମ ହେବାକୁ ଥିବା ଖେଳାଳିଙ୍କ ଡ୍ରାଫ୍ଟରେ ଅନ୍ତର୍ଭୁକ୍ତ ୧,୩୫୫ ଖେଳାଳିଙ୍କ ମଧ୍ୟରୁ ୧,୦୦୫ ଖେଳାଳିଙ୍କୁ ବାଦ୍ ଦେଇଛି, ଯାହା ଦ୍ୱାରା କି ବର୍ତ୍ତମାନ ନିଲାମ ହେବାକୁ ଥିବା ଖେଳାଳିଙ୍କ ମୋଟ ସଂଖ୍ୟା ୩୫୦ ହୋଇଛି ।

ଆହୁରି ପଢ଼ନ୍ତୁ : ବଢ଼ିବ ବିଧାୟକ, ମନ୍ତ୍ରୀଙ୍କ ଦରମା; ବିଲ୍ ଆଣୁଛନ୍ତି ରାଜ୍ୟ ସରକାର

ମିଡିଆ ରିପୋର୍ଟ ଅନୁଯାୟୀ, ବୋର୍ଡର ଏହି ପଦକ୍ଷେପ ସମସ୍ତ ଫ୍ରାଞ୍ଚାଇଜ୍‌ଗୁଡ଼ିକୁ ଭଲ ଭାବରେ ଖେଳାଳିଙ୍କ ବିଶ୍ଳେଷଣ ଏବଂ ଖେଳାଳି ଚୟନ କରିବାକୁ ଅନୁମତି ଦେବ। ଏହା ବ୍ୟତୀତ, ପ୍ରତ୍ୟେକ ବର୍ଗରୁ ଖେଳାଳିମାନଙ୍କୁ କ୍ରମିକ ଭାବରେ ଉପସ୍ଥାପନ କରିବା ପାଇଁ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ରହିବ। ଜାଣିରଖିବା ଉଚିତ ଯେ, ଆଇପିଏଲ୍ ୨୦୨୬ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଡିସେମ୍ବର ୧୬ରେ ଆବୁଧାବିରେ ହେବ। ଆଉ ଏହା ପୂର୍ବରୁ କେଉଁ କେଉଁ ଖେଳାଳି ନିଲାମ ପ୍ରକ୍ରିୟାରେ ରହିବେ, ସେନେଇ ଧାର୍ଯ୍ୟ  କରୁଛି ବିସିସିଆଇ । 

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏକ ଫ୍ରାଞ୍ଚାଇଜିର ଅନୁରୋଧରେ ଦକ୍ଷିଣ ଆଫ୍ରିକାର ଖେଳାଳି କ୍ୱିଣ୍ଟନ୍ ଡି କକଙ୍କୁ ଏହି ନିଲାମ ତାଲିକାରେ ଯୋଡ଼ାଯାଇଛି । ନିକଟରେ ଡି କକ୍ ଭାରତ ବିପକ୍ଷରେ ଶେଷ ଦିିନିକିଆ ମ୍ୟାଚ୍‌ରେ ଶତକ ମାରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଶା କରାଯାଉଛି ଯେ ନିଲାମ ସମୟରେ ସେ ଯଥେଷ୍ଟ ପରିମାଣର ଟଙ୍କା ପାଇପାରିବେ । ଏହି ଆଫ୍ରିକୀୟ ୱିକେଟକିପର ବେସ୍ ପ୍ରାଇସ୍ ୧ କୋଟି ଟଙ୍କା ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe