କନକ ବ୍ୟୁରୋ : ପାକିସ୍ତାନୀ କ୍ରିକେଟରଙ୍କ ବିରୋଧରେ ଆଇସିସିରେ ଅଭିଯୋଗ କଲା ବିସିସିଆଇ । ଭାରତ-ପାକିସ୍ତାନ ମ୍ୟାଚ୍ ବେଳେ ପଡ଼ିଆରେ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ ପାକିସ୍ତାନୀ କ୍ରିକେଟର । ଦୁବାଇରେ ଗତ ରବିବାର ମ୍ୟାଚ୍ ବେଳେ କ୍ରିକେଟର ହାରିସ ରୌଫ ଓ ଶାହିବଜାଦା ଫରହାନ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ । ଏହା ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିସିସିଆଇ । ଏନେଇ ଇମେଲ୍ ଜରିଆରେ ଆଇସିସି ନିକଟରେ ହାରିସ୍ ରୌଫ ଓ ଶାହିବଜାଦା ଫରହାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।
୨୧ ତାରିଖ ମ୍ୟାଚ୍ ବେଳେ ନିଜର ଅର୍ଦ୍ଧଶତକ ପରେ ଗନ୍ ସଟ୍ ଦେଖାଇ ସେଲିବ୍ରେସନ କରିଥିଲେ ଶାହିବଜାଦା ଫରହାନ । ସେହିପରି ହାରିସ ରୌଫ ମଧ୍ୟ ୬-୦ର ଇଙ୍ଗିତ ଦେଇ ବିମାନ ଖସିପଡ଼ିବା ଇସାରା କରିଥିଲେ । ଏହି ଦୁଇ ଖେଳାଳିଙ୍କ ବିରୋଧରେ ଆଇସିସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ । ଯଦି ହାରିସ ରୌଫ ଓ ଶାହିବଜାଦା ଫରହାନ ଲିଖିତ ଭାବରେ ନିଜର ପକ୍ଷ ରଖିବେ ନାହିଁ ତେବେ ଆଇସିସି ଏଲିଟ୍ ପ୍ୟାନେଲ ରେଫରି ରିଚି ରିଚର୍ଡସନଙ୍କ ସମ୍ମୁଖରେ ଉପସ୍ଥିତ ହେବାକୁ ପଡ଼ିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/09/25/20-2025-09-25-15-09-37.jpg)