କନକବ୍ୟୁରୋ : ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୨୦୨୩-୨୪ ଆର୍ଥିକ ବର୍ଷରେ ରେକର୍ଡ ୯୭୪୧.୭ କୋଟି ଟଙ୍କାରୁ ରାଜସ୍ବ ସଂଗ୍ରହ କରିଛି । ଏଥିରେ ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ (ଆଇପିଏଲ୍‌)ର ଯୋଗଦାନ ୫୯ ପ୍ରତିଶତ ରହିଛି । ଆଇପିଏଲ୍‌ରୁ ୫୭୬୧ କୋଟି ଟଙ୍କା ମିଳିଥିଲା ‌ବେଳେ ବୋର୍ଡ ୩୬୧ କୋଟି ଟଙ୍କା ଅଣଆଇପିଏଲ୍‌ ମିଡିଆ ରାଇଟ୍‌ସରୁ ପାଇଥିଲା। ୨୦୦୮ରେ ଆଇପିଏଲ୍‌ ଆରମ୍ଭରୁ ବିସିସିଆଇକୁ ଲାଭ ଦେଇଆସୁଛି ।  ଖାଲି ବିସିସିଆଇ ନୁହେଁ ରଣଜୀ ସହ ବିଭିନ୍ନ ସ୍ତରର ଖେଳାଳି ମଧ୍ୟ ଏହା ଦ୍ବାରା ଲାଭବାନ ହେଉଛନ୍ତି।

Advertisment

ବିସିସିଆଇର ରାଜସ୍ବ ବୃଦ୍ଧି ଦେଖି ଅନ୍ତର୍ଜାତୀୟ କ୍ରିକେଟ୍‌ ବୋର୍ଡଗୁଡ଼ିକ ସହଭାଗିତା ଲାଗି ଆଗ୍ରହ ଦେଖାଉଛନ୍ତି ।  ଭାରତୀୟ ପୁରୁଷ ଖେଳାଳିଙ୍କୁ ଆକୃଷ୍ଟ କରିବା ଲାଗି ଦ ହଣ୍ଡ୍ରେଡ୍‌ ପ୍ରତିଯୋଗିତାର କିଛି ଅଂଶ ଭାରତକୁ ଦେବାକୁ ଲଙ୍କାସାୟାର କାଉଣ୍ଟି କ୍ରିକେଟ୍‌ କ୍ଲବ୍‌ ସର୍ବଦା ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି)କୁ ପରାମର୍ଶ ଦେଉଛି ।