ବିସିସିଆଇ ଘୋଷଣା କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ: ଫେରିଲେ ଇଶାନ କିଷାନ, ଶ୍ରେୟାସ ଆୟର; ସାମିଲ ହେଲେ ବରୁଣ, ଅଭିଷେକ

ବିସିସିଆଇ ୨୦୨୪-୨୫ ସିଜିନ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ ଘୋଷଣା କରିଛି । ୧ ଅକ୍ଟୋବର ୨୦୨୪ରୁ ୩୦ ସେପ୍ଟେମ୍ୱର ୨୦୨୫ ଯାଏଁ ଏହି କଣ୍ଟ୍ରାକ୍ଟ ରହିବ । ୪ ଟି କ୍ୟାଟାଗୋରିରେ ରହିଛନ୍ତି ମୋଟ ୩୪ ଜଣ ଖେଳାଳି ।

CCCC

Photograph: (KANAK NEWS)

କନକ ବ୍ୟୁରୋ: ବିସିସିଆଇ ୨୦୨୪-୨୫ ସିଜିନ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ ଘୋଷଣା କରିଛି । ୧ ଅକ୍ଟୋବର ୨୦୨୪ରୁ ୩୦ ସେପ୍ଟେମ୍ୱର ୨୦୨୫ ଯାଏଁ ଏହି କଣ୍ଟ୍ରାକ୍ଟ ରହିବ । ୪ ଟି କ୍ୟାଟାଗୋରିରେ ରହିଛନ୍ତି ମୋଟ ୩୪ ଜଣ ଖେଳାଳି । ସବୁଠାରୁ ବଡ଼ କଥା ହେଉଛି ଏ ପ୍ଲସ କାଟାଗୋରିରେ ରୋହିତ, ବିରାଟ, ବୁମରାହ ଓ ଜାଡେଜାଙ୍କୁ ସାମିଲ କରାଯାଇଛି । ସେହିପରି ଇଶାନ କିଷାନ ଓ ଶ୍ରେୟାସ ଆୟର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟକୁ ଫେରିଥିବା ବେଳେ ଅଭିଷେକ ଶର୍ମା ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ନୂଆ କରି ସାମିଲ କରାଯାଇଛି । 

ଘରୋଇ କ୍ରିକେଟ ନଖେଳିବା କାରଣରୁ ଶ୍ରେୟାସ ଆୟର ଓ ଇଶାନ କିଷାନଙ୍କୁ ଗତ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ ଦିଆଯାଇଥିଲା । ଏଥର କିନ୍ତୁ ଦିନିକିଆରେ ଦମଦାର ପ୍ରଦର୍ଶନ କରିବା ପରେ ତାଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ସାମିଲ କରାଯାଇଛି । ସେ ନିଜ ଦକ୍ଷତାକୁ ସାବ୍ୟସ୍ତ କରିବାରେ ସଫଳ ହୋଇଥିଲେ । ସେହିପରି ଇଶାନ କିଷାନଙ୍କୁ ବେଶି କିଛି କରିବାକୁ ପଡ଼ିନଥିଲା । ହେଲେ ବିସିସିଆଇ ତାଙ୍କୁ ଏଥର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ସାମିଲ କରିଛି । 

A+- ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରିତ ବୁମରାହ ଏବଂ ରବିନ୍ଦ୍ର ଜାଡେଜା ।

A - କେଏଲ ରାହୁଲ, ଶଭମନ ଗିଲ୍‌, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସିରାଜ ଏବଂ ରିଷଭ ପନ୍ତ 

B - କୁଲଦୀପ ଯାଦବ, ଅକ୍ଷର ପଟେଲ, ଯଶସ୍ୱୀ ଜୟସ୍ୱାଲ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର 

C - ରିଙ୍କୁ ସିଂ, ତିଲକ ବର୍ମା, ଋତୁରାଜ ଗାଏକ୍ୱାଡ, ଶିଭମ ଦୁବେ, ରବି ବିଷ୍ଣୋଇ, ଓ୍ୱାସିଂଟନ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ରଜତ ପଟିଦାର, ଧ୍ରୁବ ଜୁରେଲ, ସର୍ଫରାଜ ଖାନ, ନୀତିଶ କୁମାର ରେଡ୍ଡୀ, ଇଶାନ କିଷାନ, ଅଭିଷେକ ଶର୍ମା, ଆକାଶ ଦୀପ, ବରୁଣ ଚକ୍ରବର୍ତ୍ତୀ, ହରିଷିତ ରାଣା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe