ବିସିସିଆଇ କେନ୍ଦ୍ରୀୟ ଚୁକ୍ତିର ‌ଗ୍ରେଡ୍‌-ବି’କୁ ଖସିଲେ କୋହଲି, ରୋହିତ

Advertisment

ଦେଶର ଦୁଇ ବରିଷ୍ଠ ସଦସ୍ୟ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଏ+ରୁ ଖସି ବି ଗ୍ରେଡ୍‌କୁ ଆସିଛନ୍ତି। ଉଭୟ ବିରାଟ ଓ ରୋହିତ ଟେଷ୍ଟ୍‌ ଓ ଟ୍ବେଣ୍ଟି-୨୦ରୁ ଅବସର ନେଇ କେବଳ ଗୋଟିଏ ଫର୍ମାଟ୍‌ (ଦିନିକିଆ)ରେ ଖେଳୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେମାନଙ୍କ ଗ୍ରେଡ୍‌କୁ ଖସାଇ ଦିଆଯାଇଛି।

ଦେଶର ଦୁଇ ବରିଷ୍ଠ ସଦସ୍ୟ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଏ+ରୁ ଖସି ବି ଗ୍ରେଡ୍‌କୁ ଆସିଛନ୍ତି। ଉଭୟ ବିରାଟ ଓ ରୋହିତ ଟେଷ୍ଟ୍‌ ଓ ଟ୍ବେଣ୍ଟି-୨୦ରୁ ଅବସର ନେଇ କେବଳ ଗୋଟିଏ ଫର୍ମାଟ୍‌ (ଦିନିକିଆ)ରେ ଖେଳୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେମାନଙ୍କ ଗ୍ରେଡ୍‌କୁ ଖସାଇ ଦିଆଯାଇଛି।

Ro-Ko

କନକ ବ୍ୟୁରୋ: ବିସିସିଆଇର ୨୦୨୫-୨୬ ବର୍ଷ ଲାଗି ଉଭୟ ପୁରୁଷ ମହିଳା ଖେଳାଳିଙ୍କ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକା ସୋମବାର ଘୋଷିତ ହୋଇଛି । ଏଥିରେ ୩୦ ବରିଷ୍ଠ ପୁରୁଷ ଖେଳାଳିଙ୍କୁ ସ୍ଥାନ ମିଳିଛି । ସର୍ବଦା ବରିଷ୍ଠ ଖେଳାଳିଙ୍କୁ ମିଳୁଥିବା ଗ୍ରେଡ୍‌-ଏ+ ଉଚ୍ଛେଦ କରି ଦିଆଯାଇଛି । ଦେଶର ଦୁଇ ବରିଷ୍ଠ ସଦସ୍ୟ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଏ+ରୁ ଖସି ବି ଗ୍ରେଡ୍‌କୁ ଆସିଛନ୍ତି । ଉଭୟ ବିରାଟ ଓ ରୋହିତ ଟେଷ୍ଟ୍‌ ଓ ଟ୍ବେଣ୍ଟି-୨୦ରୁ ଅବସର ନେଇ କେବଳ ଗୋଟିଏ ଫର୍ମାଟ୍‌ (ଦିନିକିଆ)ରେ ଖେଳୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ସେମାନଙ୍କ ଗ୍ରେଡ୍‌କୁ ଖସାଇ ଦିଆଯାଇଛି ।

ଏହା ବି ପଢ଼ନ୍ତୁ; ୟୁ' ଟର୍ଣ୍ଣ ମାରିଲା ପାକିସ୍ତାନ, ଫେବ୍ରୁଆରି ୧୫ରେ ଭାରତ ସହ ଖେଳିବ

ସେହିପରି ଏ-ଗ୍ରେଡ୍‌ରେ କେବଳ ତିନି ଜଣ ଖେଳାଳି ଟେଷ୍ଟ୍‌ ଓ ଦିନିକିଆ ଅଧିନାୟକ ଶୁବମନ ଗିଲ୍, ରବୀନ୍ଦ୍ର ଜାଦେଜା ଓ ଯଶପ୍ରୀତ୍‌ ବୁମରା ଅଛନ୍ତି । ଭାରତୀୟ ଟ୍ବେଣ୍ଟି-୨୦ ଦଳର କୋହଲି ଓ ରୋହିତଙ୍କ ସହ ଗ୍ରେଡ୍‌-ବି’ରେ ଟ୍ବେଣ୍ଟି-୨୦ ଦଳ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା, ଓ୍ବାସିଂଟନ ସୁନ୍ଦର, ମହମ୍ମଦ ସିରାଜ, ଋଷଭ ପନ୍ତ, କୁଳଦୀପ ଯାଦବ, ଯଶସ୍ବୀ ଜୟସ୍ବାଲ ଓ ଶ୍ରେୟସ ଆୟର ରହିଛନ୍ତି । ଗ୍ରେଡ୍‌-ସି’ରେ ଅଛନ୍ତି ଅକ୍ଷର ପଟେଲ, ତିଳକ ବର୍ମା, ରିଙ୍କୁ ସିଂହ, ଶିବମ ଦୁବେ, ସଞ୍ଜୁ ସାମ୍‌ସନ୍‌, ଆକାଶ ଦୀପ, ଧ୍ରୁବ ଜୁରେଲ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, ନୀତୀଣ କୁମାର ରେଡ୍ଡୀ, ଅଭିଷେକ ଶର୍ମା, ସାଇ ସୁଦର୍ଶନ, ରବି ବିଷ୍ଣୋଇ, ଋତୁରାଜ ଗାଏକ୍ବାଡ ।

ମହିଳା ଗ୍ରେଡ୍‌-ଏ’ରେ ହରମନ୍‌ପ୍ରୀତ କୌର, ସ୍ମୃତି ମନ୍ଧାନା ଓ ଜେମିମା ରଡ୍ରିଗ୍ସ ଓ ଦୀପ୍ତି ଶର୍ମା ରହିଥିଲା ବେଳେ ବି’ରେ ରେଣୁକା ଠାକୁର, ଶେଫାଳି ବର୍ମା, ରିଚା ଘୋଷ ଓ ସ୍ନେହ ରଣା ରହିଛନ୍ତି । ଗ୍ରେଡ୍‌-ସି’ରେ ରାଧା ଯାଦବ, ଅମନଜୋତ କୌର, ପ୍ରତୀକା ରାୱଲ, କ୍ରାନ୍ତି ଗୌଡ଼, ଊମା ଛେତ୍ରୀ, ଅରୁନ୍ଧତୀ ରେଡ୍ଡୀ, ଶ୍ରୀ ଚାରଣୀ, ୟାସ୍ତିକା ଭାଟିଆ, ହର୍ଲିନ ଦେଓଲ, କାଶଭୀ ଗୌତମ, ଜି କମଳିନୀ, ବୈଷ୍ଣବୀ ଶର୍ମା ଓ ତେଜଲ ହାସାବିନ୍‌ସ ସ୍ଥାନ ପାଇଛନ୍ତି ।

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe